35.8 C
Bhubaneswar
Sunday, April 19, 2026
Homeଓଡିଶାବାଇକ୍ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ବାଇକ୍ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ପାଟଣା : ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଘଟଗାଁ ଥାନା ୨୦ ନଂ ଜାତୀୟ ରାଜପଥର ସାନବରବେଡା ନିକଟରେ ବାଇକ ଦୁର୍ଘଟଣା ଘଟି ଜଣେ ମୃତ। ମୃତକ ଜଣକ ହେଲେ ଘଷିପୁରା ଥାନା ଅଞ୍ଚଳ କନ୍ତୋ ଗ୍ରାମର ଚିତ୍ରସେନ ସାହୁ ଓରଫ ବାପୁନ (୨୯)। ସେ ତୁରୁମୁଙ୍ଗା ଥାନା ଅଞ୍ଚଳରେ ଶ୍ୱଶୁର ଘରେ ପତ୍ନୀ ଓ ୫ ମାସର ଶିଶୁ ପୁତ୍ରକୁ ଛାଡି ବାଇକ୍ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଦୁର୍ଘଟଣା ସାମ୍ନା କରିଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଘଟଗାଁ ଓ ପରେ ଭୁବନେଶ୍ୱରର ଏକ ଘରୋଇ ଚିକତ୍ସାଳୟକୁ ନିଆଯାଇଥିଲା। ଆଜି ସକାଳୁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆଜି ସନ୍ଧ୍ୟାରେ ମର ଶରୀର ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking