35.8 C
Bhubaneswar
Sunday, April 19, 2026
Homeଅପରାଧବିଜେପି ନେତାଙ୍କୁ ହତ୍ୟା ମାମଲା ୧୭ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ବିଜେପି ନେତାଙ୍କୁ ହତ୍ୟା ମାମଲା ୧୭ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ବେଙ୍ଗାଲୁରୁ: ଆଜକୁ ୧୦ ବର୍ଷ ପୂର୍ବେ ଜଣେ ବିଜେପି ନେତାଙ୍କୁ ହତ୍ୟା କରାଯାଇଥିବା ମାମଲାରେ ବେଙ୍ଗାଲୁରୁର ସ୍ବତନ୍ତ୍ର ଅଦାଲତ ଶୁକ୍ରବାର ମୋଟ ୧୭ ଜଣଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ପ୍ରତ୍ୟେକଙ୍କୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଦଣ୍ଡାଦେଶ ପାଇଥିବା ଦୋଷୀଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣୀ ସାମିଲ ଥିବା ଜଣାପଡିଛି। ଏହା ବ୍ୟତୀତ ସମସ୍ତ ଦୋଷୀଙ୍କ ଉପରେ ମୋଟ ୧୬ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରାଯାଇଛି। ଏହି ଅର୍ଥକୁ ହତ୍ୟାର ଶିକାର ହୋଇଥିବା ବିଜେପି ନେତାଙ୍କ ସନ୍ତାନଙ୍କୁ କ୍ଷତିପୂରଣ ବାବଦରେ ପ୍ରଦାନ କରାଯିବାକୁ ବିଚାରପତି ନିର୍ଦେଶ ଦେଇଛନ୍ତି। ଜୋରିମାନା ପୈଠ ନକଲେ, ଅତିରିକ୍ତ ୩ ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ କରାଯାଇଛି। ୨୦୧୬ ଜୁନ ୧୫ରେ କର୍ଣ୍ଣାଟକର ଧରୱାଡ ଜିଲାରେ ବିଜେପି ଜିଲା ପଞ୍ଚାୟତ ସଦସ୍ୟ ଯୋଗେଶଗୌଡା ଗୌଦାରଙ୍କୁ ନିର୍ମମଭାବେ ହତ୍ୟା କରାଯାଇଥିଲା। ଯୋଗେଶ ଏକ ଜିମ୍‌ରେ କସରତ କରୁଥିବାବେଳେ ଦୋଷୀମାନେ ପ୍ରଥମେ ତାଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇଥିଲେ। ଯୋଗେଶ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ବିଭିନ୍ନ ମାରଣାସ୍ତ୍ରରେ ତାଙ୍କୁ ହତ୍ୟା କରାଯାଇଥିଲା। ୨୦୧୯ରେ ମାମଲାର ତଦନ୍ତଭାର ସିବିଆଇ ଉପରେ ନ୍ୟସ୍ତ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking