30.1 C
Bhubaneswar
Thursday, October 22, 2026
Homeଦେଶ ବିଦେଶନିଜ ସୀମା ବାହାରକୁ ଯାଅନା: ଇଡିକୁ ସୁପ୍ରିମକୋର୍ଟଙ୍କ ଚେତାବନୀ

ନିଜ ସୀମା ବାହାରକୁ ଯାଅନା: ଇଡିକୁ ସୁପ୍ରିମକୋର୍ଟଙ୍କ ଚେତାବନୀ

‘ତୁମେ(ଇ.ଡି.) ତୁମ ଉପରେ ନ୍ୟସ୍ତ ଦାୟିତ୍ୱ ତୁଲାଇଛି । ଏବେ ରାଜ୍ୟ ସରକାର ତାଙ୍କ ଦାୟିତ୍ୱ ତୁଲାଇବେ । ତୁମେ ଅପରାଧ ବିଷୟରେ ପ୍ରମାଣ ପାଇଛ । ଏ ନେଇ ଅଭିଯୋଗ ମଧ୍ୟ ଦାଖଲ କରିଛ । ଦଣ୍ଡବିଧାନକୁ ଅପେକ୍ଷା କର । ନିଜ ସୀମା ଭୁଲି ଅନ୍ୟର କାର୍ଯ୍ୟରେ ଅଯଥା ଦଖଲ ଦିଅନାହିଁ । ଅନ୍ୟ ଅନୁସନ୍ଧାନକାରୀ ସଂସ୍ଥା ଉପରେ ନ୍ୟସ୍ତ ଦାୟିତ୍ୱ ଓ କାର୍ଯ୍ୟ ଭିତରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରନା ।’ ଏପରି ଶବ୍ଦରେ ବୁଧାବାର ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)କୁ ତାଗିଦ କରିଛନ୍ତି ସୁପ୍ରମିକ କୋର୍ଟ । କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ଭିଜୟନ ମାମଲାରେ ବୁଧବାର ଶୁଣାଣି କରି ସୁପ୍ରିମ କୋର୍ଟର ବିଚାରପତି ଜଷ୍ଟିସ ଜୋୟମାଲ୍ୟ ବାଗ୍‌ଚି ନିଜ ରାୟରେ ଏକଥା କହିଛନ୍ତି । ସୁପ୍ରିମ କୋର୍ଟ ଏହି ମର୍ମରେ କେରଳ ହାଇକୋର୍ଟଙ୍କ ଅକ୍ଟୋବର ୯ ଆଦେଶ ଉପରେ ସାମୟିକ ସ୍ଥଗିତାଦେଶ ଜାରି କରିବା ସହ ହାଇକୋର୍ଟଙ୍କ ଉକ୍ତ ଆଦେଶ ବିରୁଦ୍ଧରେ ସୁପ୍ରିମ କୋର୍ଟରେ ମାମଲା ଦାୟର ପାଇଁ ଆବେଦନକାରୀଙ୍କୁ ୭ ଦିନ ସମୟ ଦେଇଛନ୍ତି । ଜଷ୍ଟିସ ବାଗଚି ଓ ଜଷ୍ଟିସ ଭି.ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଜ ରାୟରେ କହିଛନ୍ତି, ଏହି ଘଟଣାକୁ ନେଇ ରୁଜୁ କରାଯାଇଥିବା ଏଫଆଇଆରକୁ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ ରଖାଗଲା । ଏହାର ଅର୍ଥ ନୁହେଁ ଯେ ଏଫଆଇଆର ବିରୁଦ୍ଧରେ ରହିତାଦେଶ ଜାରି କରାଗଲା, ବରଂ ପିଟିସନରଙ୍କୁ ସମୟ ଦେବାକୁ ମାତ୍ର ୭ ଦିନ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ସୁପ୍ରିମକୋର୍ଟଙ୍କ ଉପରୋକ୍ତ ରାୟ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଜୟନ ଏବଂ ତାଙ୍କ ପରିବାରକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking