25.1 C
Bhubaneswar
Saturday, May 30, 2026
Homeଅପରାଧତହସିଲଦାରଙ୍କୁ ହତ୍ୟା ଉଦ୍ୟମ: ୭ ଜଣଙ୍କୁ ବାନ୍ଧିଲା ପୁଲିସ୍‌

ତହସିଲଦାରଙ୍କୁ ହତ୍ୟା ଉଦ୍ୟମ: ୭ ଜଣଙ୍କୁ ବାନ୍ଧିଲା ପୁଲିସ୍‌

ଯାଜପୁର: ବ୍ୟାସନଗର ତହସିଲଦାରଙ୍କୁ ହତ୍ୟା ଉଦ୍ୟମ ଘଟଣାରେ କୋରେଇ ପୁଲିସ୍‌ ୭ ଜଣଙ୍କୁ ଗିରଫ କରିଛି। ଏହାସହ ୫ ଟ୍ରାକ୍ଟର ଏବଂ ୨ଟି ଜେସିବି ମେସିନ ଜବତ କରିଛି। ମିଳିଥିବା ସୂଚନା ଅନୁସାରେ ଶନିବାର ବ୍ୟାସନଗର ତହସିଲଦାର ବାଲି ମାଫିଆଙ୍କୁ ଧରିବାକୁ ଗଲାବେଳେ କିଛି ଦୁର୍ବୁତ୍ତ ତାଙ୍କ ଉପରେ ଟ୍ରାକ୍ଟର ଚଢାଇ ହତ୍ୟା ଉଦ୍ୟମ କରିଥିଲେ। ଫଳରେ ତାଙ୍କ ଗୋଡ଼ରେ ଗଭୀର କ୍ଷତ ହେବା ସହ ଅଣ୍ଟାରେ ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯାଜପୁର ଜିଲ୍ଲା କୋରେଇ ଥାନା ପମୀନାବଜାର ଛକ ନିକଟରେ ଶନିବାର ମଧ୍ୟାହ୍ନରେ ଏହି ଅଘଟଣ ଘଟିଥିଲା। ଏ ନେଇ ତହସିଲ ପକ୍ଷରୁ କୋରେଇ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆଜି ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking