26.1 C
Bhubaneswar
Saturday, May 30, 2026
Homeଦେଶ ବିଦେଶଦକ୍ଷିଣ ଆଫ୍ରିକାରୁ ଆସିଲେ ଆଉ ୪ ଚିତା

ଦକ୍ଷିଣ ଆଫ୍ରିକାରୁ ଆସିଲେ ଆଉ ୪ ଚିତା

ବେଙ୍ଗାଲୁରୁ: ଦକ୍ଷିଣ ଆଫ୍ରିକାରୁ ଆଉ ୪ଟି ଚିତା ଭାରତ ଆସିଥିବାବେଳେ ସେମାନଙ୍କୁ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ନିକଟସ୍ଥ ବାନେରଘାଟା ନ୍ୟାସନାଲ ପାର୍କରେ ରଖାଯାଇଛି। ଦୀର୍ଘ ସତୁରି ବର୍ଷ ପରେ କର୍ଣ୍ଣାଟକରେ ପ୍ରଥମ ଥର ଚିତା ଦେଖିବାକୁ ମିଳିଛି। ଏଥର ଆସିଥିବା ଚିତାଙ୍କ ମଧ୍ୟରେ ଦୁଇଟି ଅଣ୍ଡିରା ଓ ଦୁଇଟି ମାଈ ସାମିଲ ଥିବା କୁହାଯାଇଛି। ଏମାନଙ୍କୁ ଆଗାମୀ ୩୦ ଦିନ ପର୍ଯ୍ୟନ୍ତ କ୍ବାରେଣ୍ଟାଇନରେ ରଖାଯିବା ସହ ପ୍ରାଣୀ ଡାକ୍ତର ସୁପାରିସ କରିଥିବା ଖାଦ୍ୟ ଦିଆଯିବ। ଭାରତୀୟ ଜଳବାୟୁ ଓ ବାତାବରଣ ସହ ସ୍ବାଭାବିକ ହେବା ପରେ ସେମାନଙ୍କୁ ଜଙ୍ଗଲରେ ଛଡାଯିବ ବୋଲି ଜଣାପଡିଛି। ଏମାନଙ୍କୁ ମିଶାଇ ଭାରତରେ ଚିତା ସଂଖ୍ୟା ୬୧କୁ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ ୨୦୨୨ରେ ଚିତା ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିବାବେଳେ ନାମିବ୍ୟା, ଦକ୍ଷିଣ ଆଫ୍ରିକା, ବୋତ୍‌ସ୍ବାନା ଭଳି ଆଫ୍ରିକୀୟ ରାଷ୍ଟ୍ରରୁ ଅଣାଯାଇଥିବା ଚିତାଙ୍କୁ ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ରଖାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking