28.4 C
Bhubaneswar
Tuesday, June 23, 2026
Homeଓଡିଶାବିଦ୍ୟୁତ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ

ବିଦ୍ୟୁତ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ

ବାଲେଶ୍ୱର: ଫ୍ରିଜରୁ ବିଦ୍ୟୁତ ଆଘାତର ଶିକାର ହୋଇ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଔପଦା ବ୍ଲକ ବଧି ପଞ୍ଚାୟତ ବଡ଼ପୋଖରୀ ଗ୍ରାମର ଉପେନ୍ଦ୍ର ନାଥ ମଲିକ ବଧି ବଜାରରେ ଏକ ତେଜରାତି ଦୋକାନ କରିଛନ୍ତି। ପ୍ରତିଦିନ ଭଳି ଆଜି ସକାଳେ ଦୋକାନ ଖୋଲିବାକୁ ଯାଇଥିବା ବେଳେ ଦୋକାନରେ ଥିବା ଫ୍ରିଜରୁ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking