38.1 C
Bhubaneswar
Friday, April 26, 2024
Homeଓଡିଶାପାଣିରେ ବୁଡ଼ି ଯୁବକ ମୃତ

ପାଣିରେ ବୁଡ଼ି ଯୁବକ ମୃତ

ଝାରସୁଗୁଡା : ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ଅନ୍ତର୍ଗତ ସାଗରପାଲି ଗ୍ରାମ(ବନପଡା)ର ଜଣେ ଯୁବକ ପାଣିରେ ବୁଡି ପ୍ରାଣ ହରାଇଛନ୍ତି । ମୃତ ଯୁବକ ଜଣକ ନେତ୍ରାନନ୍ଦ ଧୁରୁଆଙ୍କ ପୁଅ ଯାଦବ ଧୁରୁଆ (୩୦) । ଖବରପାଇ ରେଙ୍ଗାଲି ପୁଲିସ ଘଟଣାସ୍ଥଳକୁ ପହଞ୍ôଚ ମୃତ ଦେହ ଉଦ୍ଧାର କରିବା ସହ ବୁଧବାର ପୋଷ୍ଟମୋର୍ଟମ କଲାପରେ ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରିଛି ।
ସୂଚନା ଅନୁଯାୟୀ, ସୋମବାର ସଂଧ୍ୟାରେ ଶୌଚ ପାଇଁ ଯାଦବ ଗ୍ରାମ ନିକଟସ୍ଥ ବୁଡାସାଗର କଁଟା ପଟେ ଯାଇ ଆଉ ଫେରି ନଥିଲେ । ମଙ୍ଗଳବାର ସକାଳେ ଯାଦବଙ୍କ ଭାଇ ନିର୍ମଳ ଧୁରୁଆ ଓ ସ୍ଥାନୀୟ ଲୋକେ ଖୋଜାଖୋଜି କଲାପରେ ଯାଦବଙ୍କ ମୃତଦେହ ବୁଡାସାଗରେ ପଡିଥିବା ଦେଖିଲେ । ସେମାନେ ମୃତଦେହକୁ ପଦାକୁ ଆଣି ପୁଲିସକୁ ଖବର ଦେଇଥିଲେ । ପ୍ରକାଶ ଯୋଗ୍ୟ ଯେ, ଯାଦବଙ୍କ ସାନ ଭାଇ ମାନସିକ ରୋଗରେ ପୀଡ଼ିତ ହୋଇ ୩ ବର୍ଷପୂର୍ବେ କୁଆଡେ ଚାଲିଯାଇଥିବା ବେଳେ ବହୁ ବର୍ଷ ପୂର୍ବରୁ ତାଙ୍କ ମା’ଙ୍କର ମୃତ୍ୟୁ ହୋଇ ସାରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking