37.1 C
Bhubaneswar
Thursday, March 28, 2024
Homeଓଡିଶାଏଲଇଡି ବଲବ ଶୀଘ୍ର ଖରାପ ହେଇଯାଉଛି ଜାଣନ୍ତୁ କାରଣ....

ଏଲଇଡି ବଲବ ଶୀଘ୍ର ଖରାପ ହେଇଯାଉଛି ଜାଣନ୍ତୁ କାରଣ….

ଭୁବନେଶ୍ୱର: ଆଜି ସମୟରେ ଏଲଇଡି ବଲବ୍ ଟ୍ୱ୍ୟୁବ୍ ଲାଇଟର ଯାଗା ନେଇ ସାରିଲାଣି । ଅନେକ ଲୋକ ଟ୍ୱ୍ୟୁବ୍ ଲାଇଟ୍ ବଦଳରେ ଏଲଇଡ୍ ବଲବ୍ ବ୍ୟବହାର କରିବାକୁ ଅଧିକା ପସନ୍ଦ କରୁଛନ୍ତି । ଏହା ବ୍ୟବହାର କଲେ କମ୍ ବିଜୁଳି ଖର୍ଚ୍ଚ ମଧ୍ୟ ହୋଇଥାଏ । ତେବେ ବଜାରରେ ଏହି ଏଲ୍ଇଡି ବଲବ୍ ମଧ୍ୟ ଅନେକ ପ୍ରକାର ମିଳିଥାଏ । କିନ୍ତୁ ଅନେକ ସମୟରେ ଦେଖାଯାଏ ଯେ, ଆମେ ବ୍ୟବହାର କରୁଥିବା ଏଲ୍ଇଡି ବଲବ୍ ଶୀଘ୍ର ଖରାପ ହେଇଯାଏ ।
ଏହି ବଲବ୍ ଖରାପ ହେବା ପଛରେ ଥିବା କାରଣ ଆପଣ ଜାଣିଛନ୍ତି କି? ଯଦି ଆପଣ କାରଣ ଜାଣି ନାହାନ୍ତି, ତାହାଲେ ଆମେ ଆପଣଙ୍କୁ ଏହା ପଛରେ ଥିବା କାରଣ ବିଷୟରେ କହିବାକୁ ଯାଉଛୁ । ଆଉ ଏହି ବଲବ୍ ଶୀଘ୍ର କିପରି ଖରାପ ନ ହେବ ସେ ବିଷୟରେ ମଧ୍ୟ ଆମେ ଆପଣଙ୍କୁ ସୂଚନା ଦେବୁ ।
ବଲବ୍ କିଣିବା ବେଳେ ଆପଣ କିଛିଟା ଦିଗ ପ୍ରତି ଦୃଷ୍ଟି ଦେଲେ ତାହା ଖରାପ ହେବନାହିଁ । ତେବେ ଚାଲନ୍ତୁ ଜାଣିବା ଏହି ବିଷୟରେ।
୧- ଏଲଇଡି ବଲବ୍ ଭିତରେ ଛୋଟ ସର୍କିଟ୍ ଥାଏ। ଯେଉଁଥିରେ କିଛି ଟ୍ରାଞ୍ଜିଷ୍ଟର୍ ଏବଂ କାପାସିଟର୍ ରହିଥାଏ। ଏହା ଶହ ସେଥିରେ ୧୮ରୁ ୨୦ ଟି ଏଲଇଡି ଲଗା ହୋଇଥାଏ । ଯେତେବେଳେ ବଲବ୍ ଖରାପ ହୋଇଥାଏ, ସେତେବେଳେ ବଲବରେ ଥିବା ଏଲ୍ଇଡି ଖରାପ ହେବା ଆଶଙ୍କା କମ୍ ହୋଇଥାଏ। ତେଣୁ ବଲବ୍ ଭିତରେ ଯାହା ଖରାପ ହୋଇଥାଏ ତାହା ହେଉଛି ଟ୍ରାଞ୍ଜିଷ୍ଟର୍ ଏବଂ କାପାସିଟର୍ । ତାହା ଗରମ ହୋଇ ହୋଇ କିଛି ସମୟ ପରେ ଫାଟିଯାଏ।
୨- ଯଦି ଆପଣଙ୍କ ଘର ଭୋଲଟେଜ୍ ୧୨୫ ଭୋଲ୍ଟରୁ ଅଧିକା ଅଛି ତାହାଲେ ବଲବ୍ ଶୀଘ୍ର ଖରାପ ହେବାର ସମ୍ଭାବନା ରହିଥାଏ।
୩- ବଲବର ତଳେ ଲଗା ହୋଇଥବା ମେଟାଲ୍ ଟ୍ୟାବ୍ ଯଦି ଦବିଲା ପରିଥାଏ, ତାହାଲେ ମଧ୍ୟ ଆପଣଙ୍କ ବଲବ୍ ଶୀଘ୍ର ଖରାପ ହେଇ ଯିବାର ଆଶଙ୍କା ଅଛି।
୪- ବଲବରେ ଅଧିକ ଭାଇବ୍ରେସନ୍ ହେବା କାରଣରୁ ମଧ୍ୟ ବଲବ ଶୀଘ୍ର ଖରାପ ହେଇଯାଏ।
୫- ବଲବ୍ ଯେଉଁ ଭୋଲଟେଜ୍ ପାଇଁ ତିଆରି ହୋଇଛି, ସେହି ଭୋଲଟେଜରେ ହିଁ ବଲବ୍ ଲଗାନ୍ତୁ।
୬- ଆପଣ ଯେତେବେଳେ ବଲବ୍ ଲଗାଇଛନ୍ତି ତାହା ଢିଲା କରି ଲଗାନ୍ତୁ ନାହିଁ। ଏହା ଯୋଗୁ ମଧ୍ୟ ବଲବ୍ ଖରାପ ହେବାର ସମ୍ଭାବନା ଥାଏ ।
୭- କିଛି ବଲବ୍ ଅଧିକା ଗରମ ହୋଇଯାଏ। ତେଣୁ ତାକୁ ବାହାରେ ପବନ ଯିବା ଆସିବା କରୁଥିବା ଯାଗାରେ ଲଗାଇଲେ ଭଲ।
ଏହି ସମୟରେ ଆମେ ପୁରା ବଲ୍ବ୍ ଖରାପ ହେଇଯାଇଛି ଜାଣି ଫୋପାଡ଼ି ଦେଇଥାଉ। ତେଣୁ ଆପଣ ଏହାକୁ ନ ଫୋପାଡ଼ି କେବଳ ଟ୍ରାଞ୍ଜିଷ୍ଟର୍ ଏବଂ କାପାସିଟର୍ ବଦଳାଇ ପାରିବେ। ଏହା ବଜାରରେ ବହୁତ କମ୍ ଦାମରେ ମଧ୍ୟ ମିଳୁଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking