27.1 C
Bhubaneswar
Saturday, July 27, 2024
Homeଅପରାଧ୬ ବର୍ଷ ନାବାଳିକା ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ....

୬ ବର୍ଷ ନାବାଳିକା ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ନୂଆଦିଲ୍ଲୀ: ଗୋଆରେ ପୁଣି ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ରୁଷର ନାଗରିକ ଏକ ୬ ବର୍ଷୀୟ ନାବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ଫେବୃଆରୀ ୪ ତାରିଖ ରାତିରେ ଘଟିଥିଲା । ଯେତେବେଳେ ପରିବାର ସଦସ୍ୟ ଝିଅଟିର ଦୁଷ୍କର୍ମ ହୋଇଥିବା ବିଷୟରେ ଜାଣିବାକୁ ପାଇଲେ, ସେମାନେ ଫେବୃଆରୀ ୧୯ ରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ପୀଡିତାଙ୍କ ପରିବାରର ଅଭିଯୋଗ ଅନୁଯାୟୀ, ଏହି ଘଟଣା ଉତ୍ତର ଗୋଆର ଅରମ୍ବୋଲ ଅଞ୍ଚଳରେ ଘଟିଛି ।

ଅନ୍ୟ ଏକ ସୂତ୍ରରୁ ମଧ୍ୟ ଜଣାପଡିଛି ଯେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ । ଏଥିପାଇଁ ଗୋଆ ପୋଲିସ ରୁଷ କର୍ତ୍ତୃପକ୍ଷଙ୍କ ସହାୟତା ନେବ ବୋଲି କୁହାଯାଉଛି । ଗୋଆ ରାଜ୍ୟ ତାର ପର୍ଯ୍ୟଟନ ଶିଳ୍ପରୁ ଭଲ ରୋଜଗାର କରେ ଏବଂ ଏପରି ଘଟଣା ଯୋଗୁଁ ସେଠାରେ ଆଇନ ଶୃଙ୍ଖଳାକୁ ନେଇ ପ୍ରଶ୍ନ ଉଠିଛି । ଗୋଆ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡି ମହିଳା ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛି । ଗୋଆ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ୨୦୨୩ ମସିହାରେ କରାଯାଇଥିବା ଏକ ସର୍ଭେରେ ଦାବି କରିଛି ଯେ ୪୨ ପ୍ରତିଶତ ଲୋକଙ୍କ ମତ ଅନୁଯାୟୀ, ରାଜ୍ୟର ଆଇନ ଶୃଙ୍ଖଳା ବିଶୃଙ୍ଖଳାରେ ପରିଣତ ହେଉଛି, ଯାହା ପର୍ଯ୍ୟଟନକୁ ବହୁ ମାତ୍ରାରେ ପ୍ରଭାବିତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking