27.1 C
Bhubaneswar
Sunday, January 23, 2022
Homeରାଶିଫଳକନ୍ୟା ରାଶିର ୨୦୨୦ ମସିହାର ବାର୍ଷିକ ରାଶିଫଳ

କନ୍ୟା ରାଶିର ୨୦୨୦ ମସିହାର ବାର୍ଷିକ ରାଶିଫଳ

ଦୈନିକ ରାଶିଫଳ ଚନ୍ଦ୍ରଙ୍କଠାରୁ, ମାସିକ ରାଶିଫଳ ରବିଙ୍କଠାରୁ ଏବଂ ବାର୍ଷିକ ରାଶିଫଳ ମୁଖ୍ୟତଃ ରାହୁ, କେତୁ, ବୃହସ୍ପତି ଓ ଶନିଙ୍କଠାରୁ ଗଣନା କରାଯାଏ । ଚଳିତବର୍ଷ ଜାନୁୟାରୀ ୨୪ ତାରିଖ ପର୍ଯ୍ୟନ୍ତ ଶନି ଧନୁରେ ଓ ତା’ପରେ ମକରରେ, ବର୍ଷ ଆରମ୍ଭରେ ଯଥାକ୍ରମେ ମିଥୁନ ଓ ଧନୁରେ ଥିବା ରାହୁ ଓ କେତୁ ସେପ୍ଟେମ୍ବର ୧୯ ତାରିଖରେ ବୃଷ ଓ ବିଛାକୁ ଚଳିବେ । ବୃହସ୍ପତି ବର୍ଷ ଆରମ୍ଭରୁ ଧନୁରେ ଏବଂ ୨୯ା୦୩ା୨୦୨୦ରେ ମକରକୁ ଚଳି ପୁଣି ୩୦ା୦୬ା୨୦୨୦ରେ ବକ୍ରଗତିରେ ଧନୁକୁ ପ୍ରତ୍ୟାବନ କରିବେ । ପୁଣି ବୃହସ୍ପତି ତା୨୦ା୧୧ା୨୦ ଦିବା ୦୧ା୨୨ରେ ଧନୁରୁ ମକରକୁ ଚଳିବେ । ସେହି ଅନୁସାରେ କନ୍ୟା ରାଶିର ଫଳ ନିମ୍ନରେ ପ୍ରଦାନ କରାଗଲା ।
କନ୍ୟା: ବର୍ଷଟି ଆପଣଙ୍କ ପାଇଁ ବହୁ ଦୃଷ୍ଟିରୁ ବିଘ୍ନକାରକ । ଅର୍ଥଚିନ୍ତା ଘାରିବ । ଋଣ କରିବାକୁ ପଡ଼ିପାରେ କିମ୍ବା ଋଣ ପରିଶୋଧର ଚିନ୍ତା ଘାରିପାରେ । ପରିବାରରେ ଅଶାନ୍ତି ଦେଖାଦେଇପାରେ । କଂଟକ ଶନି ଆପଣଙ୍କୁ କଂଟା ଉପରେ ଚଲେଇବାର ଅନୁଭତି ହେବେ । ଏବର୍ଷ ଶନି ଧନୁରେ ଅଳ୍ପଦିନ ଓ ମକରରେ ଅଧିକ ଦିନ ରହିବେ ଏବଂ ଏ ଉଭୟ ଅବସ୍ଥାନ ଆପଣଙ୍କ ପାଇଁ ଶୁଭକାରକ ନୁହେଁ । ତେବେ ଶୁଭଗ୍ରହ ବୃହସ୍ପତି ଯୁକ୍ତ ହେବା ଯୋଗୁ ଏବଂ ମକରରେ ସ୍ୱଗୃହୀ ହେବା ଯୋଗୁ ଅଶୁଭତ୍ୱ ହ୍ରାସ ପାଇବ ଏବଂ ସମସ୍ୟାରୁ ମୁକୁଳିବାର ବାଟ ପାଇପାରିବେ । ତଥାପି କିଛିଟା କଷ୍ଟ ତ ସହିବାକୁ ପଡ଼ିବ । ଅଗ୍ନିରେ ପଡ଼ିଲେ ସିନା ସୁନା ଝଟକିଥାଏ । ସେହିପରି ଦୁଃଖକଷ୍ଟର କଷଟିରେ କଷିହୋଇ ଆପଣଙ୍କ ଚରିତ୍ରର ଦ୍ୱ୍ୟତି ପ୍ରକଟିତ ହେବ । ତେବେ ପେଟରୋଗ, ବାୟୁଦୋଷ, ଅଂଟା ଯନ୍ତ୍ରଣା, ଦୃଷ୍ଟିଶକ୍ତିରେ ହ୍ରାସ ପ୍ରଭୃତି ସମସ୍ୟା ଦେଖାଦେଇ ପାରେ । ମାଆଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହୋଇପାରନ୍ତି । ଅବୋଲକରା ସନ୍ତାନ ଆପଣଙ୍କ ମନରେ ଦୁଃଖ ଦେଇପାରନ୍ତି । ନିଜର ଜ୍ଞାତି, ଭାଇ ଓ କୁଟୁମ୍ବଙ୍କ ଚିନ୍ତାଧାରା ଆପଣଙ୍କ ପ୍ରତି ବଦଳିଯାଇପାରେ । ଆୟ ତୁଳନାରେ ବ୍ୟୟ ଅଧିକ ହେବାରୁ ଋଣ କରିବା କଥା ଚିନ୍ତା କରିପାରନ୍ତି । କିନ୍ତୁ ଖର୍ଚ୍ଚ କମାଇ ଋଣକୁ ଏଡ଼ାଇପାରିଲେ ଭଲ ହେବ । କାରଣ ରୋଗ, ଋଣ ଓ ଶତ୍ରୁ କ୍ରମଶଃ ବଢ଼ିବାର ପ୍ରବଣତା ଦେଖାନ୍ତି । ବୃହସ୍ପତିଙ୍କ ମନ୍ତ୍ର ‘ଓଁ ବୃଂ ବୃହସ୍ପତୟେ ନମଃ’ ଜପ କରନ୍ତୁ ଏବଂ ବ୍ରାହ୍ମଣଙ୍କୁ ହଳଦିଆ ବସ୍ତ୍ର, ଖେଚୁଡ଼ି ଅନ୍ନ, ମୁଗଡ଼ାଲି ଓ ଘିଅ ଦାନ କରନ୍ତୁ । ଶନିଙ୍କ ଅଶୁଭତ୍ୱ ନିରାକରଣ ପାଇଁ ଶନିଙ୍କ ମନ୍ତ୍ର ‘ଓଁ ଶଂ ଶନୈଶ୍ଚରାୟ ନମଃ’ ଜପ କରନ୍ତୁ । ଏଥି ସହ ପ୍ରତ୍ୟହ ସକାଳେ ହନୁମାନ ଚାଳିଶା ଓ ରାତିରେ ଶନି ଚାଳିଶା ପାଠ କଲେ ଶନିଜନିତ ପ୍ରତିକୂଳ ପରିସ୍ଥିତିରୁ ରକ୍ଷା ପାଇପାରିବେ । କୌଣସି ସମସ୍ୟା ରହିବ ନାହିଁ ।
ଉତରାଫାଲ୍‌ଗୁନୀ ନକ୍ଷତ୍ର କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି, ଆର୍ଥିକ ଲାଭ, ବ୍ୟବସାୟିକ ସଫଳତା ପ୍ରଦାନ କରିବ । ହସ୍ତା ନକ୍ଷତ୍ର ଅତୀତର ବିଫଳତାରୁ ଶିକ୍ଷା କରି ପୁଣି ନୂତନ ଉତ୍ସାହରେ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । ଚିତ୍ରା ନକ୍ଷତ୍ରଜାତ ବ୍ୟକ୍ତି କଳା, ସାହିତ୍ୟ, ସଂସ୍କୃତି ଓ ଆଧ୍ୟାତ୍ମିକ କ୍ଷେତ୍ରରେ ସଫଳତା ପାଇବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking