31.1 C
Bhubaneswar
Wednesday, May 8, 2024
Homeବ୍ରେକୀଙ୍ଗଗୋଟିଏ ବେଙ୍ଗର ମୂଲ୍ୟ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ଗୋଟିଏ ବେଙ୍ଗର ମୂଲ୍ୟ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଦୁନିଆର ସବୁଠୁ ବିଷାକ୍ତ ବେଙ୍ଗ ବିଷୟରେ ଆପଣ ଜାଣିଛନ୍ତି କି ? ସାରା ବିଶ୍ୱରେ ଏହି ବେଙ୍ଗକୁ ନେଇ ଚାଲାଣ କରାଯାଇଥାଏ । ଗୋଟିଏ ବେଙ୍ଗରେ ଏତେମାତ୍ରାରେ ବିଷ ରହିଥାଏ ଯେ, ସେ ୧୦ ଜଣଙ୍କୁ ମୃତ୍ୟୁର ନିଦରେ ଶୁଆଇ ଦେଇଥାଏ । ଏହି ପ୍ରଜାତିର ଗୋଟିଏ ବେଙ୍ଗର ମୂଲ୍ୟ ଅନ୍ତରାଷ୍ଟ୍ରୀୟ ବ୍ଲାକ ମାର୍କେଟରେ ୨୦୦୦ ଡଲାର ଅର୍ଥାତ ୧.୫୦ ଲକ୍ଷ ଟଙ୍କା ହୋଇଥାଏ । ତାହେଲେ ଚାଲନ୍ତୁ ଜାଣିବା ସେ କେଉଁ ଭଳି ବେଙ୍ଗ ।
ଏହି ପ୍ରଜାତିର ବେଙ୍ଗର ନାମ ହେଉଛି ପଏଜନ ଡାର୍ଟ ବେଙ୍ଗ । ଏହା ଲୁପ୍ତ ପାଇଯାଇଥିବା ପ୍ରଜାତିର ବେଙ୍ଗ । ସାଧାରଣ ଭାବରେ ବେଙ୍ଗମାନେ ହଳଦିଆ ଓ କଳା ରଂଗର ହୋଇଥାନ୍ତି । କିଛି କିଛି ଚମକଦାର ନାରଙ୍ଗୀ ଓ ଆଉ କିଛି ନୀଳ କଳା ରଂଗର ବି ରହିଥାନ୍ତି । ଏହି ବେଙ୍ଗ ବିଷାକ୍ତ କାରଣରୁ ଦୁନିଆରେ ଏମାନଙ୍କର ଚାଲାଣ ହୋଇଥାଏ । ଏମାନଙ୍କ ଲମ୍ବା ୧.୫ ସେଣ୍ଟିମିଟର ହୋଇଥାଏ । ଆଉ କିଛି ୬ ସେଣ୍ଟିମିଟର ପର୍ଯ୍ୟନ୍ତ ବି ବଡ ହୋଇଯାଆନ୍ତି । ଆଉ ଓଜନ ୨୮ରୁ ୩୦ ଗ୍ରାମ ଯାଏଁ ରହିଥାଏ । ହେଲେ ଏମାନଙ୍କ ଶରୀରରେ ରହିଥିବା ବିଷାକ୍ତ ୧୦ ଜଣ ବ୍ୟକ୍ତିଙ୍କୁ ମାରିବାର କ୍ଷମତା ରଖିଥାଏ । ପଏଜନ ଡାର୍ଟ ବେଙ୍ଗ ମୁଖ୍ୟ ଭାବରେ ବୋଲିବିୟା, କୋଷ୍ଟାରିକା, ବ୍ରାଜିଲ, କୋଲୋମ୍ବିଆ, ଇକ୍ୱାଡୋର, ସୁରୀନାମ, ଫ୍ରେଞ୍ଚ ଗୁଏନା, ପେରୁ, ପନାମା, ଗୁୟାନା, ନିକାରାଗୁଆରେ ମିଳିଥାଏ । ଏମାନଙ୍କୁ ରକ୍ଷା କରିବା ପାଇଁ ୧୬ ବର୍ଷ ହେଲା ପ୍ରୟାସ କରାଯାଉଛି । ମାତ୍ର ଏମାନଙ୍କ ଚାଲାଣରେ ରୋକ ଲାଗିପାରୁନାହିଁ । ଏହି ପ୍ରଜାତିରୁ ରକ୍ଷା କରିବା ପାଇଁ କୋଲୋମ୍ବିଆରେ କମର୍ସିଆଲ ବ୍ରିଡିଙ୍ଗ ପ୍ରୋଗ୍ରାମ ଆରମ୍ଭ କରାଯାଇଛି । ଯାହାଦ୍ୱାରା ଏହି ଜୀବମାନଙ୍କୁ ରକ୍ଷା କରାଯାଇପାରିବ । ଏମାନଙ୍କ ବିଷରେ ମେଡିସିନ ପ୍ରସ୍ତୁତ କରାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking