31.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଟୀକାକରଣର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମାନେ ଟୀକା ନେବାର ସମ୍ଭାବନା

ଟୀକାକରଣର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମାନେ ଟୀକା ନେବାର ସମ୍ଭାବନା

ନୁଆଦିଲ୍ଲୀ : ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ପ୍ରକ୍ରିୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମାନେ କୋଭିଡ-୧୯ ବିରୋଧରେ ଟୀକା ନେବେ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ୫୦ରୁ ଉର୍ଦ୍ଧ ନେତା ମାନେ ଟୀକା ନେବାର ବ୍ୟବସ୍ଥା ରହିବ ବୋଲି ଜଣାପଡିଛି । ସ୍ୱାସ୍ଥ୍ୟକର୍ମୀ ଓ ଫ୍ରଣ୍ଟଲାଇନ କର୍ମଚାରୀ ମାନଙ୍କ ପରେ ପୋଲିସ , ସଶସ୍ତ୍ର ବାହିନୀ ଓ ମୁନିସିପାଲଟି କର୍ମଚାରୀଙ୍କ ପରେ ୩ୟ ପର୍ଯ୍ୟାୟରେ ୫୦ ବର୍ଷ
ରୁ ଉର୍ଦ୍ଧ ବ୍ୟକ୍ତି ମାନଙ୍କ ଏବଂ ଯେଉଁ ମାନେ ୫୦ ବର୍ଷରୁ କମ୍ କିନ୍ତୁ ରୋଗରେ ପିଡୀତ ସେମାନଙ୍କୁ ଟୀକାକରଣର ବ୍ୟବସ୍ଥା କରାଯିବ ।

୨୪ ନଭେମ୍ବରରେ ପ୍ରଧାନମନ୍ତ୍ରୀ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିିତ ହୋଇଥିଲା । ଏଥିରେ ଟୀକାକରଣର ପ୍ରାଥମିକତା ଉପରେ ଆଲୋଚନା କରାଯାଇଥିଲା ଏବଂ ଏହାକୁ ସମସ୍ତ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି ବୋଲି ଇକୋନୋମିକ ଟାଇମ୍ସ ରିପୋର୍ଟରେ ପ୍ରକାଶ ହୋଇଛି ।

ଏକ ୫୦ ବର୍ଷର ଉର୍ଦ୍ଧ ଗ୍ରୁପିଙ୍ଗ ପୂର୍ବ ବର୍ଗର ଏକ ବିସ୍ଥାର ପରି ଦେଖାଯାଉଛି ଯାହା ଆଲେଚନା ହୋଇଥିଲ । ସରକାରୀ କର୍ମଚାରୀ ମାନେ କହିଥିଲେ ଯେ ଏହି ବର୍ଗରେ ବରିଷ୍ଠ ନାଗରିକ ଓ ବୃଦ୍ଧ ମାନେ ରହିବେ  ଏବଂ ଏହି ଗୋଷ୍ଠୀ ୬୫ ବର୍ଷରୁ ଉର୍ଦ୍ଧ ବୟସ ଲୋକଙ୍କୁ ନେଇ ଗଠନ କରାଯିବ ।
ଭାରତୀୟ ମାନଙ୍କୁ ମଧୁମେହ , ଉଚ୍ଚ ରକ୍ତଚାପ ଓ ହାଇପରଟେନସନ ଭଳି ରୋଗ ପାଶ୍ଚାତ୍ୟ ଦେଶ ମାନଙ୍କ ଲୋକ ମାନଙ୍କ ଠାରୁ ଜଲଦି ହୋଇଥାଏ । ତେଣୁ ୫୦ ରୁ ଉର୍ଦ୍ଧ ଜନସଂଖ୍ୟାକୁ ପ୍ରାଧାନ୍ୟ ଦେବା ସଠିକ ବୋଲି ଜନସ୍ୱାସ୍ଥ୍ୟ ଫାଉଣ୍ଡେସନର ସଭାପତି କେ ଶ୍ରୀନାଥ ରେଡ୍ଡୀ କହିଛିନ୍ତି ।

ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଟିଆ (ଡିସିଜି) ଚଳିତ ମାସ ଆରମ୍ଭରେ ସେରମ ଇନସ୍ଟିଚ୍ୟୁଟ ଦ୍ୱାରା ନିର୍ମିତ ଅକ୍ସୋଫୋଡ କୋଭିଡ ୧୯ କୋଭାସିଲ୍ଡ ଟୀକାକୁ ଅନୁମୋଦନ କରିଥିଲା ଏବଂ ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ଭାରତ ବାୟୋଟେକର ସ୍ୱେଦେଶୀ ଭାବରେ ବିକଶିତ ହୋଇ ବୃହତ ଇନୋକ୍ୟୁଲେସନ ଡ୍ରାଇଭ ପାଇଁ ରାସ୍ତା ଖୋଲିଥିଲା । ଏହା ହେଉଛି ଦେଶର ସର୍ବବୃହତ ଟୀକାକରଣ କାର୍ଯ୍ୟକ୍ରମ ଯାହା ସମଗ୍ର ଦେଶରେ ବିସ୍ତାରିତ ଭାବେରେ ଚାଲୁଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking