33.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗମାଟ୍ରିକ ପିଲାଙ୍କୁ ମାଗଣା ‘ପରୀକ୍ଷା ଦର୍ପଣ’

ମାଟ୍ରିକ ପିଲାଙ୍କୁ ମାଗଣା ‘ପରୀକ୍ଷା ଦର୍ପଣ’

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ଦେବାକୁ ଥିବା ପିଲାଙ୍କୁ ମିଳିବ ପରୀକ୍ଷା ଦର୍ପଣ ବହି । ସମ୍ଭାବ୍ୟ ପ୍ରଶ୍ନ ଏବଂ ଉତ୍ତରକୁ ନେଇ ପ୍ରସ୍ତୁତ ବହି ପରୀକ୍ଷା ଦର୍ପଣ । ମାଟ୍ରିକ ପରୀକ୍ଷା ଦେବାକୁ ଥିବା ୬ ଲକ୍ଷ ୨୦ ହଜାର ପିଲାଙ୍କୁ ମିଳିବ ଏହି ବହି । ପିଲାଙ୍କୁ ମାଗଣାରେ ପରୀକ୍ଷା ଦର୍ପଣ ଦିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି । ପରୀକ୍ଷା ଦର୍ପଣ ବହି ୭୦୦ ପୃଷ୍ଠାର ହୋଇଥିବା ମନ୍ତ୍ରୀ କହିଛନ୍ତି । ଗୋଟିଏ ବିଷୟରେ ପାଖାପାଖି ଶହେ ପ୍ରଶ୍ନ ଅଛି । ଯେଉଁଥିରେ ୫୦ରୁ ୬୦ଟି ଏମ୍‌ସିକ୍ୟୁ (ମଲଟିପ୍ୟୁଲ୍‌ ଚଏସ୍‌ କୋ‌ଶ୍ଚେନ) ଓ ୨୦ରୁ ଅଧିକ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଅନ୍ତର୍ଭୁକ୍ତ ରହିଛି । କେଉଁ ଜିଲ୍ଲାରେ ‌କେତେ ସଂଖ୍ୟକ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ଦେବେ ତାହାର ତଥ୍ୟ ୨୨ ତାରିଖ ସୁଦ୍ଧା ଦେବାକୁ କୁହାଯାଇଛି । ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ପଢ଼ୁଥିବା ତଥା ୧୦ମ ଶ୍ରେଣୀ ପରୀକ୍ଷା ଦେବାକୁ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ତଥ୍ୟ ଦାଖଲ କରିବାକୁ କୁହାଯାଇଛି । କରୋନା ମହାମାରୀ ସମୟରେ ପିଲାଙ୍କ ପାଠପଢ଼ା ପ୍ରଭାବିତ ହୋଇଥିବାରୁ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ପଦକ୍ଷେପ ହାତକୁ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking