36.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଲଦାଖରେ ହେବ ବିଶ୍ୱର ସର୍ବୋଚ୍ଚ ଏୟାର ଫିଲ୍ଡ: ଆଜି ଶିଳାନ୍ୟାସ କରିବେ ପ୍ରତିରକ୍ଷା ମନ୍ତ୍ରୀ

ଲଦାଖରେ ହେବ ବିଶ୍ୱର ସର୍ବୋଚ୍ଚ ଏୟାର ଫିଲ୍ଡ: ଆଜି ଶିଳାନ୍ୟାସ କରିବେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜମ୍ମୁ କଶ୍ମୀର ଗସ୍ତରେ ଯାଇଛନ୍ତି । ସେଠାରେ ୨୪୯୧ କୋଟିର ୯୦ଟି ଉଦ୍ୟୋଗର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ସାମ୍ବାରେ ୪୨୨.୯ ମିଟର ଲମ୍ବ ଦେବକ ବ୍ରିଜର ଉଦଘାଟନ କରିବେ ପ୍ରତିରକ୍ଷା ମନ୍ତ୍ରୀ ।  ୮୯ ଉଦ୍ୟୋଗର ଉଦଘାଟନ ଭିଡିଓ କନଫରେନ୍ସିଂ ଜରିଆରେ ଶିଳାନ୍ୟାସ କରିବେ । ଏହି ପ୍ରୋଜେକ୍ଟ ମଧ୍ୟରେ ରହିଛି ୧୩ ହଜାର ଫୁଟ ଉପରେ ନିର୍ମିତ ନ୍ୟୋମା ଏୟାର ଫଲ୍ଡ । ୨୧୮ କୋଟି ଟଙ୍କ ବିନିମୟରେ ହେଉଥିବା ଏହି ଏ୍ୟାର ଫିଲ୍ଡ ରୁ ଫାଇଟର ଜେଟ ଉଡାଣ ଭରିପାରିବ ଏବଂ ଅବତରଣ ବି କରିପାରିବ  ।  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଏୟାର ଫିଲ୍ଡ ଏଲଏସିଠାରୁ ମାତ୍ର ୫୦ କିମି ଦୂରରେ ରହିଛି । ଏହି ଏୟାରଫିଲ୍ମ ବିଶ୍ୱର ସବୁଠାରୁ ଉଚ୍ଚ ଏୟାରଫିଲ୍ଡ ହେବ । ରଣନୀତିକ ଦୃଷ୍ଟିକୋଣରୁ ଦେଖିଲେ ଏହି ଏୟାର ଫିଲ୍ମ ଖୁବ ଗୁରୁତ୍ୱପୂର୍ଣ୍ଣ । ଏହାର ଏଲଏସିର ଖୁବ ନିକଟରେ ରହିଛି ଏବଂ ଏଠାରେ ଫାଇଟର ଜେଟ ଲାଣ୍ଡିଂ କରିପାରିବ । ଏଥିସହିତ ଲଦାଖରେ ହେବ ତୃତୀୟ ଫାଇଟର ଏୟାରବେସ । ଏହା ପୂର୍ବରୁ ଲେହ ଏବଂ ଥୋଇସରେ ଏୟାରବେସ ରହିଛି । ନିୟନ୍ତ୍ରଣ ରେଖା ଉପରେ ନଜର ରଖିବା ଏବଂ ସୁରକ୍ଷା ଉଭୟ ଦୃଷ୍ଟିରୁ ଏହାର ଏୟାର ଫିଲ୍ଡ ବେଶ ଗୁରୁ୍ତ୍ୱପୂର୍ଣ୍ଣ । ଏହି ନୂଆ ଏୟାର ବେସରୁ ଲଦାଖ ଉପରେ ନଜର ରଖିବା ପାଇଁ ଲଢୁଆ ବିମାନ, ନୂଆ ରାଡାର ଏବଂ ଉନ୍ନତ ଡ୍ରୋନ ସଞ୍ଚଳନ ବି କରାଯାଇ ପାରିବ । ଚୀନର ସବୁବେଳେ ଯେପରି ଆକ୍ରମଣାତ୍ମ ମନୋଭାବ ରହିଛି ତା ଉପରେ ନଜର ରଖିବା ଏହି ଏୟାରବେସର ନିର୍ମାଣର ମୁଖ୍ୟ ଲକ୍ଷ୍ୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking