32.1 C
Bhubaneswar
Thursday, May 9, 2024
Homeଗଣେଶ ପୂଜା -୨୦୨୩ଆସନ୍ତୁ ଜାଣିବା ଚଳିତ ବର୍ଷ ବିଧି ଅନୁଯାୟୀ କେବେ ଓ କିପରି କରିବେ ଗଣେଶ ପୂଜା...

ଆସନ୍ତୁ ଜାଣିବା ଚଳିତ ବର୍ଷ ବିଧି ଅନୁଯାୟୀ କେବେ ଓ କିପରି କରିବେ ଗଣେଶ ପୂଜା ଓ ବିସର୍ଜନ…

ବ୍ୟୁରୋ : ପୁରାଣ ଓ ଶାସ୍ତ୍ର ଅନୁଯାୟୀ, ଗଣେଶ ବିଦ୍ୟା ଓ ବୁଦ୍ଧିର ଦେବତା। ଗାଁ ଠାରୁ ସହର ଅଗ୍ରପୂଜ୍ୟଙ୍କ ଆଗମନ ପାଇଁ ଉତ୍ସବ ମୁଖର । ସାରା ଦେଶରେ ବିଘ୍ନରାଜଙ୍କ ଆବାହନ। ଧରାପୃଷ୍ଠରେ ବିଘ୍ନ ବିନାଶକଙ୍କ ଅବତରଣ । ସେଥ୍‌ପାଇଁ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ବିଭିନ୍ନ କ୍ଲବ ଚଳଚଞ୍ଚଳ। ସମସ୍ତଙ୍କ ମନରେ ଉତ୍ସାହ । କେଉଁଠି ଗଣେଶଙ୍କ ବିଶାଳ ମୂର୍ତ୍ତି,ତ ଆଉ କେଉଁଠି ବିରାଟ ପେଣ୍ଡାଲ, ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ପୂଜା ମଣ୍ଡପ ।
କିପରି କରିବେ ପୂଜା ?
ଚଳିତ ବର୍ଷ ଗଣେଶ ପୂଜା ସେପ୍ଟେମ୍ବର ୧୯ ତାରିଖ ଦିନ ଦେଶର ପ୍ରତ୍ୟକ ସ୍ଥାନରେ ପାଳନ କରାଯିବ | ତେବେ ସେହିଦିନ କିପରି କରିବେ ପୂଜା ? ଚତୁର୍ଥୀ ଦିନ ନିଜ ପୂଜା ଘର ସହ ଘରର ସମସ୍ତ ସ୍ଥାନକୁ ସଫା କରନ୍ତୁ । ମାଟି ତିଆରି ମୂର୍ତ୍ତି ପୂଜା କରିବା ଉଚିତ୍ । ଗଣେଶଙ୍କ ବସିବା ମୂର୍ତ୍ତିକୁ ଶୁଭ ବୋଲି ବିବେଚନା କରାଯାଏ । ଗଣେଶଙ୍କ ଶୁଣ୍ଡ ବାମକୁ ବଙ୍କା ହେବା ସହ ପାଖରେ ମୂଷିକ ବାହାନ ରହିବା ଜରୁରୀ । ଘରକୁ ମୂର୍ତ୍ତି ନେବା ପରେ ପୂଜା ହେବା ପୂର୍ବରୁ ସଫା କପଡ଼ାରେ ମୂର୍ତ୍ତିକୁ ଘୋଡାଇ ରଖୁବା ଉଚିତ୍ । ପୂର୍ବ କିମ୍ବା ଉତ୍ତର-ପୂର୍ବ ଦିଗରେ ମୂର୍ତ୍ତି ପ୍ରତିଷ୍ଠା କରିବା ଉଚିତ୍ । ପ୍ରଭୁଙ୍କୁ ନମସ୍କାର କରି ପୂଜା ଆରମ୍ଭ କରନ୍ତୁ । ବୟାଙ୍କ ପ୍ରିୟ ଦୂବ ତେଣୁ ୨୧ଟି ଦୂବ ଅର୍ପଣ କରି ବ୍ରତର ସଂକଳ୍ପ ନିଅନ୍ତୁ । ହେଲେ ମନେ ରଖନ୍ତୁ ଭଗବାନ ଗଣେଶଙ୍କ ନିକଟରେ ତୁଳସୀ କେବେ ଅର୍ପଣ କରନ୍ତୁ ନାହିଁ । ସିହିପରି ପୁରୁଣା ମୂର୍ତ୍ତି ପୂଜା କରନ୍ତୁ ନାହିଁ । ଦୁଇଟି ମୂର୍ତ୍ତି ଏକାଠି ରଖ୍ ମଧ୍ୟ ପୂଜା କରନ୍ତୁ ନାହିଁ । ପୂଜା ସ୍ଥାନକୁ ଲାଇଟରେ ସଜାନ୍ତୁ । ବଙ୍କ ପୂଜା କରିବା ସମୟରେ ଲାଲ୍ କିମ୍ବା ହଳଦୀ ରଙ୍ଗର ବସ୍ତ୍ର ପିନ୍ଧିବା ଉଚିତ୍ |

କେଉଁ ଦିନ ଗଣପତି ବହ୍ମାଙ୍କୁ ବିସର୍ଜନ କରାଯିବ
୧୦ ଦିନ ପର୍ଯ୍ୟନ୍ତ ଗଣପତି ବହ୍ମାଙ୍କୁ ରଖି ପୂଜା କରାଯାଏ । ଗଣପତି ପ୍ରତିଷ୍ଠାର ୯ ଦିନ ପର୍ଯ୍ୟନ୍ତ ଭଗବାନ ଆପଣଙ୍କ ଘରେ ରୁହନ୍ତି । ଦଶମ ଦିନରେ ଗଣପତିଙ୍କୁ ବିସର୍ଜନ କରାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking