36.1 C
Bhubaneswar
Monday, May 20, 2024
Homeଦେଶ ବିଦେଶବିମାନରେ ବୈଷୟିକ ତ୍ରୁଟି ଯୋଗୁଁ ଯାଇପାରୁନାହାନ୍ତି କାନାଡା ପ୍ରଧାନମନ୍ତ୍ରୀ, ଆର୍ମ ଫୋର୍ସ କରୁଛି ବ୍ୟାକଅପ୍‌ ପ୍ଲାନ

ବିମାନରେ ବୈଷୟିକ ତ୍ରୁଟି ଯୋଗୁଁ ଯାଇପାରୁନାହାନ୍ତି କାନାଡା ପ୍ରଧାନମନ୍ତ୍ରୀ, ଆର୍ମ ଫୋର୍ସ କରୁଛି ବ୍ୟାକଅପ୍‌ ପ୍ଲାନ

ବ୍ୟୁରୋ : ଜି-୨୦ ସମ୍ମିଳନୀରେ ସାମିଲ ହେବାକୁ ଆସିଥିବା ବିଶ୍ୱନେତା ନିଜ ଦେଶ ଫେରିଯାଇଛନ୍ତି । କିନ୍ତୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏପର୍ଯ୍ୟନ୍ତ ଭାରତରେ ରହିଛନ୍ତି । କାନାଡା ପ୍ରଧାନମନ୍ତ୍ରୀଙ୍କ ବିମାନରେ ବୈଷୟିକ ତ୍ରୁଟି ଯୋଗୁଁ ସେ ଏପର୍ଯ୍ୟନ୍ତ ନିଜ ଦେଶକୁ ଫେରି ପାରି ନାହାନ୍ତି। ବିମାନ ସଜାଡିବାରେ ବିଳମ୍ବ ହେଉଥିଲା ବେଳେ ଅନ୍ୟ ଏକ ବିମାନ ଟ୍ରୁଡୋଙ୍କୁ ନେବାକୁ ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ପହଞ୍ଚି ପାରି ନାହିଁ। ଖବର ମୁତାବକ, ଜଣେ ସରକାରୀ ଅଧିକାରୀଙ୍କ କହିବା ମୁତାବକ, ଟ୍ରୁଡୋଙ୍କୁ ନେବା ପାଇଁ ଆସୁଥିବା ବିମାନରେ କାନାଡ ଯିବେ ନ ହେଲେ ବୈଷୟିକ ତ୍ରୁଟି ଥିବା ବିମାନ ଠିକ୍‌ ହେବା ପରେ ନିଜ ଦେଶକୁ ଫେରିବା ପାଇଁ ଅପେକ୍ଷା କରିବେ । ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଜାରି ହୋଇଥିବା ଏକ ବୟାନରେ କୁହାଯାଇଛି, କାନାଡାର ଅତିଥିଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ କାନାଡା ଆର୍ମ ଫୋର୍ସ ଚେଷ୍ଟା ଜାରି ରଖିଛି । ଆଜି ଦ୍ୱିପ୍ରହର ପର୍ଯ୍ୟନ୍ତ ଏମାନେ ସବୁ କାନାଡା ଫେରିଯାଇପାରନ୍ତି । ସୂଚନାଯୋଗ୍ୟ, ଜି୨୦ ସମ୍ମିଳନୀ ପାଇଁ ଆସିଥିବା କାନାଡା ପ୍ରଧାନମନ୍ତ୍ରୀଙ୍କ ବିମାନ ଖରାପ ହେବା ଯୋଗୁଁ ଜଷ୍ଟିନ ଟ୍ରୁଡୋ ଅନେକ ସମସ୍ୟାର ସାମ୍ନା କରୁଛନ୍ତି । ଭାରତ ପ୍ରଧାନମନ୍ତ୍ରୀ ଏବଂ କାନାଡା ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଖଲିସ୍ତାନୀ କାର୍ଯ୍ୟକଳାପକୁ ନେଇ ଆଲୋଚନା ହୋଇଥିଲା । ଏଥିରେ ଲଗାମ ଲଗାଇବାକୁ ମୋଦି ଟ୍ରୁଡୋଙ୍କୁ କହିଥିଲେ । କିନ୍ତୁ ୧୦ ସେପ୍ଟେମ୍ବରରେ କାନାଡାର ଆତଙ୍କୀମାନେ ଭାରତ ବିରୋଧରେ ନାରାବାଜୀ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking