17.1 C
Bhubaneswar
Friday, January 10, 2025
Homeଓଡିଶାୱାର୍ଲ୍ଡ ଅଣ୍ଡର-୨୦ ଆଥ୍‌ଲେଟିକ୍ସ: ଥିରୁମାରନ୍‌ଙ୍କୁ ରୌପ୍ୟ

ୱାର୍ଲ୍ଡ ଅଣ୍ଡର-୨୦ ଆଥ୍‌ଲେଟିକ୍ସ: ଥିରୁମାରନ୍‌ଙ୍କୁ ରୌପ୍ୟ

କାଲି(କଲମ୍ବିଆ): ଏଠାରେ ଚାଲିଥିବା ୱାର୍ଲ୍ଡ ଅଣ୍ଡର-୨୦ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ଶିପ୍‌ରେ ଭାରତୀୟ ଟ୍ରିପଲ୍ ଜମ୍ପର୍ ସେଲ୍‌ଭା ପି ଥିରୁମାରନ୍ ନିଜ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନରେ ସୁଧାର କରି ରୌପ୍ୟ ପଦକ ଜିତିଛନ୍ତି । ୧୭ ବର୍ଷୀୟ ସେଲ୍‌ଭା ୧୬.୧୫ ମିଟର ଲମ୍ଫ ପ୍ରଦାନ କରି ଏଷ୍ଟୋନିଆର ଭିକ୍ଟର ମୋରୋଜୋଭ୍ ତାଙ୍କଠାରୁ ମାତ୍ର ଦୁଇ ସେଣ୍ଟିମିଟର ଆଗରେ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଜାମାଇକାର ଜେୟଡନ୍ ହିବର୍ଟ ଚାମ୍ପିଅନ୍‌ଶିପ୍ ରେକର୍ଡ ଭଙ୍ଗକରି ୧୭,୨୭ ମିଟର ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଥିରୁମାରନ୍ ତାଙ୍କର ଦ୍ୱିତୀୟ ପ୍ରୟାସରେ ହିଁ ଏହି ଦୂରତା ସହ ରୌପ୍ୟ ପଦକ ହାସଲ କରିଥିଲେ ।
ଅନ୍ୟପକ୍ଷରେ ଭାରତୀୟ ମହିଳା ଟିମ୍ ୪ ଗୁଣା ୪୦୦ ମିଟର ରିଲେ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି । ସୁମି, ପ୍ରିୟା ହାବାଥାନାହାଲି ମୋହନ, ରଜିତା କୁଞ୍ଜ ଏବଂ ରୁପଲ୍‌ଙ୍କ ଟିମ୍ ୩ ମିନିଟ୍ ୩୪.୧୮ ସେକେଣ୍ଡ୍ ସମୟ ସହ ହିଟ୍‌-୩ରେ ଦ୍ୱିତୀୟ ଏବଂ ଓଭର୍‌ଅଲ୍ ଚତୁର୍ଥ ସ୍ଥାନରେ ରହିଥିଲା । ୨୦୨୧ ନାଇରୋବି ସଂସ୍କରଣରେ ଭାରତ ଦୁଇଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ୍ ସହ ମୋଟ ୩ଟି ପଦକ ଜିତିଥିଲା । ଅଲିମ୍ପିକ୍ ଚାମ୍ପିଅନ୍ ଜାଭେଲିନ୍ ଥ୍ରୋୟର୍ ନୀରଜ ଚୋପ୍ରା ପ୍ରଥମ ଭାରତୀୟ ଭାବେ ୨୦୧୬ ପୋଲାଣ୍ଡ ସଂସ୍କରଣରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking