31.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶଜେଲ୍‌ରେ ଅର୍ପିତାଙ୍କ ଜୀବନ ପ୍ରତି ବିପଦ ରହିଛି: ଇଡି

ଜେଲ୍‌ରେ ଅର୍ପିତାଙ୍କ ଜୀବନ ପ୍ରତି ବିପଦ ରହିଛି: ଇଡି

କୋଲକାତା : ଶିକ୍ଷକ ନିଯୁକ୍ତି ମାମଲାରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ କୁହାଯାଉଥିବା ଅର୍ପିତା ମୁଖାର୍ଜୀଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ପିଏମଏଲଏ କୋର୍ଟଙ୍କୁ ଅବଗତ କରାଯାଇଛି । ଗୁଇନ୍ଦା ସୂଚନାକୁ ଆଧାର କରି ଇଡି ପକ୍ଷରୁ ଏହା କୁହାଯାଇଛି । ଏହି ପରିପ୍ରେକ୍ଷୀରେ ଜେଲ୍‌ରେ ଅବସ୍ଥାନ କରୁଥିବା ଅର୍ପିତାଙ୍କ ଖାଦ୍ୟ ଓ ପାନୀୟ ଜଳକୁ ଭଲଭାବେ ଯାଞ୍ଚ କରାଯିବାକୁ ପରାମର୍ଶ ଦିଆଯାଇଛି । ଉପରନ୍ତୁ ଅର୍ପିତାଙ୍କ ସାଙ୍ଗରେ ୪ରୁ ଅଧିକ ସଂଖ୍ୟକ କଏଦୀଙ୍କୁ ଗୋଟିଏ ପ୍ରକୋଷ୍ଠରେ ନରଖିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଜୁଲାଇ ୨୩ରେ ପାର୍ଥ ଓ ଅର୍ପିତାଙ୍କୁ ଗିରଫ କରାଯାଇଥିଲା । ଅଗଷ୍ଟ ୫ ପର୍ଯ୍ୟନ୍ତ ସେମାନେ ଇଡି ହେପାଜତରେ ରହିଥିଲେ । ତେବେ ପିଏମଏଲଏ କୋର୍ଟ ଶୁକ୍ରବାର ଉଭୟଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀର ହାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୮କୁ ଧାର୍ଯ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking