37.2 C
Bhubaneswar
Friday, April 19, 2024
Homeଖେଳଆଠବର୍ଷ ପରେ ବାଂଲାଦେଶ ବିପକ୍ଷରେ ଜିମ୍ବାୱେ ଦିନିକିଆ ମ୍ୟାଚ୍ ଜିତିଲା

ଆଠବର୍ଷ ପରେ ବାଂଲାଦେଶ ବିପକ୍ଷରେ ଜିମ୍ବାୱେ ଦିନିକିଆ ମ୍ୟାଚ୍ ଜିତିଲା

ହରାରେ: ଶୁକ୍ରବାର ସ୍ଥାନୀୟ ହରାରେ ସ୍ପୋର୍ଟ୍ସ କ୍ଲବ୍‌ରେ ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶ ବିପକ୍ଷରେ ଜିମ୍ବାୱେ ୫ ୱିକେଟ୍‌ରେ ବିଜୟୀ ହୋଇଛି । ବାଂଲାଦେଶ ୨ ୱିକେଟ୍‌ରେ ୩୦୩ ରନ୍ କରିଥିବା ବେଳେ ଜିମ୍ବାୱେ ୪୮.୨ ଓଭର୍‌ରେ ୫ ୱିକେଟ୍‌ରେ ୩୦୭ ରନ୍ କରି ବିଜୟୀ ହୋଇଥିଲା । ଏହା ଗତ ଆଠବର୍ଷ ପରେ ବାଂଲାଦେଶ ବିପକ୍ଷରେ ଟିମ୍‌ର ପ୍ରଥମ ଦିନିକିଆ ବିଜୟ । ଅନ୍ୟପକ୍ଷରେ ଜିମ୍ବାୱେ ବିପକ୍ଷରେ ବାଂଲାଦେଶର ଲଗାତାର ୧୯ ଦିନିକିଆ ମ୍ୟାଚ୍ ବିଜୟରେ ବ୍ରେକ୍ ଲାଗିଛି । ବ୍ୟାଟିଂ ଆମନ୍ତ୍ରଣ ପାଇଁ ବାଂଲାଦେଶ ପ୍ରଥମେ ୨ ୱିକେଟ୍ ବିନିମୟରେ ୩୦୩ ରନ୍ କରିଥିଲା । ଲିଟନ୍ ଦାସ ୮୧ ରନ୍ କରିଥିବା ବେଳେ ହାମ୍‌ଷ୍ଟ୍ରିଙ୍ଗ୍ ଇନ୍‌ଜୁରୀ ଯୋଗୁଁ ରିଟାୟର୍ଡ ହର୍ଟ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ତାମିମ୍ ଇକ୍‌ବଲ୍ ୬୨, ଅନାମୁଲ ହକ୍ ୭୩ ରନ୍ କରି ଆଉଟ୍ ହୋଇଥିବା ବେଳେ ମୁସ୍‌ଫିକୁର୍ ରହିବ ୫୨ ଏବଂ ମହମ୍ମଦୁଲ୍ଲାହ ୨୦ ରନ୍ କରି ଅପରାଜିତ ଥିଲେ । ଜବାବରେ ଜିମ୍ବାୱେ ୬୩ ରନ୍‌ରେ ୩ ୱିକେଟ୍ ହରାଇ ବିପଦରେ ପଡ଼ିଥିଲା ବେଳେ ସିକନ୍ଦର ରାଜା ଓ ଇନୋସେଣ୍ଟ୍ କାଇଆ ଚତୁର୍ଥ ୱିକେଟ୍ ପାଇଁ ୧୯୨ ରନ୍ ଯୋଡ଼ି ଟିମ୍‌ର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସିକନ୍ଦର ରାଜା ୧୩୫ ରନ୍ କରି ଅପରାଜିତ ଥିବାବେଳେ ଇନୋସେଣ୍ଟ୍ ୧୧୦ ରନ୍ କରିଥିଲେ । ମ୍ୟାଚ୍ ବିଜୟୀ ଇନିଂସ୍ ପାଇଁ ରାଜାଙ୍କୁ ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା । ପରବର୍ତ୍ତୀ ମ୍ୟାଚ୍ ଅଗଷ୍ଟ ୭ ଓ ୧୦ ତାରିଖରେ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking