34.1 C
Bhubaneswar
Friday, March 29, 2024
Homeଖେଳୱାର୍ଲ୍ଡ ଅଣ୍ଡର-୨୦ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ଶିପ୍‌: ଏସୀୟ ଜୁନିୟର ରେକର୍ଡ ସହ ୪ ଗୁଣା ୪୦୦ ମି....

ୱାର୍ଲ୍ଡ ଅଣ୍ଡର-୨୦ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ଶିପ୍‌: ଏସୀୟ ଜୁନିୟର ରେକର୍ଡ ସହ ୪ ଗୁଣା ୪୦୦ ମି. ରିଲେରେ ଭାରତକୁ ରୌପ୍ୟ

କାଲି : ଏଠାରେ ଚାଲିଥିବା ୱାର୍ଲ୍ଡ ଅଣ୍ଡର-୨୦ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ଶିପ୍‌ରେ ଭାରତୀୟ ମିକ୍ସଡ୍ ୪ ଗୁଣା ୪୦୦ ରିଲେ ଟିମ୍ ନିଜର ଏସୀୟ ରେକର୍ଡରେ ସୁଧାର କରି ରୌପ୍ୟ ପଦକ ଜିତିଛି । ଭରତ ଶ୍ରୀଧର, ପ୍ରିୟା ମୋହନ, କପିଲ ଏବଂ ରୂପଲ୍ ଚୌଧୁରୀଙ୍କ ଭାରତୀୟ ଟିମ୍ ମଙ୍ଗଳବାର ରାତିରେ ଅନୁଷ୍ଠିତ ଫାଇନାଲ୍‌ରେ ୩ ମିନିଟ୍ ୧୬.୬୯ ସେକେଣ୍ଡ୍ ସହ ଦ୍ୱିତୀୟ ସ୍ଥାନରେ ରହିଥିଲା । ଆମେରିକା ୩:୧୬.୬୭ ସେକେଣ୍ଡ୍ ସମୟ ସହ ସ୍ୱର୍ଣ୍ଣ ଏବଂ ଜାମାଇକା ୩ ମିନିଟ୍ ୧୯.୯୮ ସେକେଣ୍ଡ୍ ସହ ବ୍ରୋଞ୍ଜ୍ ପଦକ ହାସଲ କରିିଛି । ଦିନକ ପୂର୍ବରୁ ହିଟ୍‌ରେ ଭାରତୀୟ ଟିମ୍ ସ୍ଥାପନ କରିଥିବା ୩ ମିନିଟ୍ ୧୯.୬୨ ସେକେଣ୍ଡ୍‌ର ଏସୀୟ ରେକର୍ଡରେ ଏହି ସୁଧାର କରିଥିଲା ।

ଟିମ୍‌ର ଏହି ନୂଆ ରେକର୍ଡ ଆମେରିକା ପରେ ଜୁନିୟର୍ ବର୍ଗରେ ଇଭେଣ୍ଟ୍‌ର ସର୍ବକାଳୀନ ଦ୍ୱିତୀୟ ସର୍ବଶ୍ରେଷ୍ଠ ପ୍ରଦର୍ଶନ । ତିନୋଟି ହିଟ୍‌ରେ ଭାରତୀୟ ଟିମ୍ ଆମେରିକା ପରେ ଦ୍ୱିତୀୟ ସ୍ଥାନରେ ରହି ଫାଇନାଲ୍ ଯୋଗ୍ୟତା ଅର୍ଜନ କରିଥିଲା । ୱାର୍ଲ୍ଡ ଜୁନିୟର୍ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ଶିପ୍‌ରେ ଏହା ଭାରତର ଲଗାତାର ଦ୍ୱିତୀୟ ପଦକ । ୨୦୨୧ ନାଇରୋବି ଚାମ୍ପିଅନ୍‌ଶିପ୍‌ରେ ପ୍ରଥମ ଥର ପାଇଁ ସାମିଲ କରାଯାଇଥିବା ଏହି ଇଭେଣ୍ଟ୍‌ରେ ଭାରତ ବ୍ରୋଞ୍ଜ୍ ପଦକ ଜିତିଥିଲା । ଗତଥର ପଦକ ଜିତିଥିବା ଟିମ୍‌ରେ ରୂପଲ୍‌ଙ୍କ ବ୍ୟତୀତ ଅନ୍ୟ ତିନି ସଦସ୍ୟ ସାମିଲ ଥିଲେ । ଭାରତୀୟ ଟିମ୍‌ର ଏହି ପ୍ରଦର୍ଶନ ବହୁ ପ୍ରଭାବିତ କରିଛି । କାରଣ ଭିସା ପ୍ରସଙ୍ଗ ଯୋଗୁଁ ଅଧିକାଂଶ ପ୍ରତିଯୋଗୀ ଚାମ୍ପିଅନ୍‌ଶିପ୍ ଆରମ୍ଭ ହେବାର ମାତ୍ର ଗୋଟିଏ ଦିନ ପୂର୍ବରୁ ଏଠାରେ ପହଞ୍ଚିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking