43.9 C
Bhubaneswar
Friday, April 19, 2024
Homeଖେଳଏସିଆ କପ୍‌: ପାକିସ୍ତାନ ଟିମ୍‌ରେ ନସୀମ ନୂଆମୁହଁ

ଏସିଆ କପ୍‌: ପାକିସ୍ତାନ ଟିମ୍‌ରେ ନସୀମ ନୂଆମୁହଁ

ଲ।ହୋର: ଦୁବାଇରେ ଅଗଷ୍ଟ ୨୭ରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍ ଟୁର୍ଣ୍ଣାମେଣ୍ଟ୍ ପାଇଁ ବୁଧବାର ପାକିସ୍ତାନ ଟି-୨୦ ଟିମ୍ ଘୋଷଣା କରାଯାଇଛି । ସିମର୍ ହସନ୍ ଅଲୀଙ୍କୁ ଟିମ୍‌ରୁ ବାଦ୍ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ୧୯ ବର୍ଷୀୟ ଯୁବ ଫାଷ୍ଟ ବୋଲର୍ ନସୀମ ଶାହାଙ୍କୁ ପ୍ରଥମ ଥର ପାଇଁ ସାମିଲ କରାଯାଇଛି । ନସୀମ ପାକିସ୍ତାନ ପକ୍ଷରୁ ୧୩ଟି ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସୀମିତ ଓଭର୍ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିନାହାନ୍ତି । ସେହିପରି ତାଙ୍କୁ ମଧ୍ୟ ନେଦରଲାଣ୍ଡ୍‌ସ ବିପକ୍ଷ ଟିମ୍‌ରେ ସାମିଲ କରାଯାଇଛି । ପିସିବି ମୁଖ୍ୟ ଚୟନକର୍ତ୍ତା ମହମ୍ମଦ ୱାସିମ୍ କହିଛନ୍ତି ହାରିସ୍ ରଉଫ୍‌, ମହମ୍ମଦ ୱାସିମ୍ ଜୁନିୟର୍‌, ଶାହୀନ୍ ଆଫ୍ରିଦି ଏବଂ ଶାହନୱାଜ୍ ଦହାରନିଙ୍କ ଉପସ୍ଥିତିରେ ନସମୀ ତାଙ୍କ ଫାଷ୍ଟ୍ ବୋଲିଂ ମାଧ୍ୟମରେ ଟିମ୍‌ର ବୋଲିଂ ଡିପାର୍ଟମେଣ୍ଟ୍‌କୁ ଅଧିକ ପ୍ରେରଣା ଦେଇପାରିବେ ।

ୠତ ମାସରେ ଶ୍ରୀଲଙ୍କା ଗସ୍ତ ବେଳେ ଆଣ୍ଠୁ ଆଘାତର ସମ୍ମୁଖୀନ ହୋଇଥିବା ଶାହୀନ ଆଫ୍ରିଦିଙ୍କୁ ମଧ୍ୟ ଉଭୟ ଟିମ୍‌ରେ ସାମିଲ କରାଯାଇଛି । ତେବେ ସେ କେବେ ଖେଳିବାକୁ ଫିଟ୍ ହେବେ ତାହା ମେଡିକାଲ୍ ଟିମ୍ ସ୍ଥିର କରିବ ବୋଲି ପିସିବି ପକ୍ଷରୁ କୁହାଯାଇଛି । ବାବର ଆଜମ୍‌ଙ୍କ ନେତୃତ୍ୱାଧୀନ ଟିମ୍ ଅଗଷ୍ଟ ୨୮ରେ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ବିପକ୍ଷରୁ ଏସିଆ କପ୍ ଅଭିଯାନ ଆରମ୍ଭ କରିବ । ପାକିସ୍ତାନ ଟିମ୍‌: ବାବର ଆଜମ (କ୍ୟାପ୍‌ଟେନ୍‌), ଶାଦାବ ଖାନ୍‌, ଆସିଫ୍ ଅଲୀ, ଫଖର ଜମାନ୍‌, ହାଇଦର ଅଲୀ, ହାରିସ୍ ରଉଫ୍‌, ଇଫ୍‌ତିଖାର ଅହମଦ୍‌, ଖୁସ୍‌ଦିଲ୍ ଶାହ, ମହମ୍ମଦ ନୱାଜ୍‌, ମହମ୍ମଦ ରିଜ୍‌ୱାନ୍ (ୱିକେଟ୍‌କିପର୍‌), ମହମ୍ମଦ ୱାସିମ୍ ଜୁନିୟର୍‌, ନସୀମ୍ ଶାହା, ଶାହୀନ ଆଫ୍ରିଦି, ଶାହନୱାଜ୍ ଦହାନି, ଉଦ୍‌ମାନ୍ କାଦିର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking