26.1 C
Bhubaneswar
Friday, March 29, 2024
Homeଖେଳଆଇସିସି ଟି-୨୦ ର‌୍ୟାଙ୍କିଙ୍ଗ୍‌: ଦ୍ୱିତୀୟକୁ ଉଠିଲେ ସୂର୍ଯ୍ୟକୁମାର ଯାଦବ

ଆଇସିସି ଟି-୨୦ ର‌୍ୟାଙ୍କିଙ୍ଗ୍‌: ଦ୍ୱିତୀୟକୁ ଉଠିଲେ ସୂର୍ଯ୍ୟକୁମାର ଯାଦବ

ଦୁବାଇ: ଆଇସିସି ପକ୍ଷରୁ ବୁଧବାର ପ୍ରକାଶିତ ଟି-୨୦ ର‌୍ୟାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବ ତିନିଟି ସ୍ଥାନର ଉନ୍ନତି ସହ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ମ୍ୟାଚ୍‌ରେ ୪୪ ବଲ୍‌ରେ ୭୬ ରନ୍ କରିଥିବା ସୂର୍ଯ୍ୟକୁମାର ବ୍ୟାଟିଂ ସୂଚୀର ଶୀର୍ଷରେ ଥିବା ପାକିସ୍ତାନ କ୍ୟାପ୍‌ଟେନ୍ ବାବର୍ ଆଜମ୍‌ଙ୍କଠାରୁ ଦୁଇଟି ରେଟିଂ ପଏଣ୍ଟ୍ ତଳେ ରହିଛନ୍ତି । ତାଙ୍କର ରେଟିଂ ପଏଣ୍ଟ ୮୧୬ ଥିବାବେଳେ ଆଜମ୍‌ଙ୍କ ରେଟିଂ ପଏଣ୍ଟ୍ ୮୧୮ ରହିଛି । ର‌୍ୟାଙ୍କିଙ୍ଗ୍‌ର ଟପ୍‌-୧୦ରେ ସେ ଏକମାତ୍ର ଭାରତୀୟ ବ୍ୟାଟର୍ ।

ଅନ୍ୟପକ୍ଷରେ ଇଂଲଣ୍ଡ ବିପକ୍ଷ ସମସ୍ତ ତିନିଟି ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିବା ସାଉଥ୍ ଆଫ୍ରିକାର ରିଜା ହେଣ୍ଡ୍ରିକ୍ସ ୧୬ଟି ସ୍ଥାନର ଲମ୍ଫ ପ୍ରଦାନ କରି ୧୫ଶ ସ୍ଥାନରେ ପହଞ୍ଚିଛନ୍ତି । ଏହା ବ୍ୟତୀତ ୱେଷ୍ଟ୍‌ଇଣ୍ଡିଜ୍‌ର ବ୍ରାଣ୍ଡନ୍ କିଙ୍ଗ୍ ୨୯ ସ୍ଥାନର ଉନ୍ନତି ସହ ୨୭, ଇଂଲଣ୍ଡର ଜନ୍ନିବେୟାରଷ୍ଟୋ ୧୩ଟି ସ୍ଥାନ ଉପରକୁ ଉଠି ୩୧ ଏବଂ ସାଉଥ୍ ଆଫ୍ରିକାର ରିଲି ରୋସୋଓ ଯୁଗ୍ମ ୩୭ ମଧ୍ୟ ଏହି ର‌୍ୟାଙ୍କିଙ୍ଗ୍‌ରେ ଅଗ୍ରଗତି କରିଛନ୍ତି । ହେନ୍‌ରିକ୍ କ୍ଲାସେନ୍ ଏବଂ ଭାରତୀୟ ୱିକେଟ୍‌କିପର୍ ବ୍ୟାଟର୍ ଋଷଭ ପନ୍ତ୍ (୬୬ତମ) ମଧ୍ୟ ର‌୍ୟାଙ୍କିଙ୍ଗ୍‌ରେ ଅଗ୍ରଗତି କରିଛନ୍ତି ।

ବୋଲିଂ ର‌୍ୟାଙ୍କିଙ୍ଗ୍‌ରେ ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ମୋଟ ୮ଟି ୱିକେଟ୍ ନେଇଥିବା ସ୍ପିନର୍ ତାବ୍ରାଏଜ୍ ଶମ୍‌ସୀ ଗୋଟିଏ ସ୍ଥାନ ଉପରକୁ ଉଠି ଦ୍ୱିତୀୟରେ ପହଞ୍ଚିଥିବା ବେଳେ ଅଷ୍ଟ୍ରେଲିଆର ଜୋସ୍ ହେଜଲ୍‌ଉଡ୍ ଶୀର୍ଷରେ କାଏମ ରହିଛନ୍ତି । ୱେଷ୍ଟ୍‌ଇଣ୍ଡିଜ୍ ସ୍ପିନର୍ ଅକିଲ୍ ହୁସେନ୍ (ଷଷ୍ଠ), ଇଂଲଣ୍ଡର କ୍ରିସ୍ ଜୋର୍ଡାନ୍ (୧୬ତମ), ନ୍ୟୁଜିଲାଣ୍ଡ୍ ସ୍ପିନର୍ ମିଚେଲ୍ ସାଣ୍ଟନର୍ (୧୭ତମ) ଏବଂ ଈଶ୍ ସୋଢ଼ୀ (୧୯ତମ) ମଧ୍ୟ ର‌୍ୟାଙ୍କିଙ୍ଗ୍‌ରେ ସୁଧାର କରିଛନ୍ତି । ଦିନିକିଆ ର‌୍ୟାଙ୍କିଙ୍ଗ୍‌ରେ ଭାରତୀୟ ଓପ୍ନର୍ ଶିଖର ଧୱନ୍ ଇଣ୍ଡିଜ୍ ବିପକ୍ଷ ଅନ୍ତିମ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିବା ଫଳରେ ଗୋଟିଏ ସ୍ଥାନର ଉନ୍ନତି ସହ ୧୨ଶକୁ ଉଠିଛନ୍ତି । ସେହିପରି ବୋଲିଂ ର‌୍ୟାଙ୍କିଙ୍ଗ୍‌ରେ ଭାରତର ୟୁଜବେନ୍ଦ୍ର ଚହଲ (୧୬ଶ) ଏବଂ ଶାର୍ଦ୍ଦୁଲ ଠାକୁ (୭୨ତମ) ଉପରକୁ ଉଠିଥିବା ବେଳେ ୱେଷ୍ଟଇଣ୍ଡିଜ୍ କ୍ୟାପ୍‌ଟେନ୍ ନିକୋଲାସ୍ ପୂରନ ଗୋଟିଏ ସ୍ଥାନର ସୁଧାର ସହ ୩୦ତମ ସ୍ଥାନରେ ପହଞ୍ଚିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking