34.1 C
Bhubaneswar
Thursday, March 20, 2025
Homeଓଡିଶାଓଡ଼ିଶା ଲୋକସେବା ଅଧିକାର ଆଇନ କାର୍ଯ୍ୟକାରିତା ସମ୍ପର୍କରେ କର୍ମଶାଳା

ଓଡ଼ିଶା ଲୋକସେବା ଅଧିକାର ଆଇନ କାର୍ଯ୍ୟକାରିତା ସମ୍ପର୍କରେ କର୍ମଶାଳା

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଅଧିକାର ଆଇନ ୨୦୧୨ କାର୍ଯ୍ୟକାରିତା ସମ୍ପର୍କରେନୋଡାଲ ଅଫିସର, ମାଷ୍ଟର ଟ୍ରେନର ଓପଦନାମିତ ଅଧିକାରୀଙ୍କ ପାଇଁ କର୍ମଶାଳା ଗତକାଲି ବୁଧବାର ଲୋକସେବା ଭବନ ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆଇନ୍ ରେ ଥିବା ବ୍ୟବସ୍ଥା ଅନୁସାରେ ସର୍ବସାଧାରଣଙ୍କୁ ଯେପରି ଉତ୍ତମ ଭାବେ ଉଦ୍ଦିଷ୍ଟ ସେବା ମିଳିପାରିବ ଏବଂ ଏହା ଦ୍ୱାରା କିପରି ଲୋକାଭିମୁଖୀ ଶାସନକୁ ସୁନିଶ୍ଚିତ କରାଯାଇପାରି, ସେ ସମ୍ପର୍କରେ ଗୁରୁତ୍ୱାରୋପ କରାଯାଇଥିଲା ।

କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଯୋଗଦେଇ କହିଲେ ଯେ, ଉଦ୍ଦିଷ୍ଟ ସେବାଗୁଡ଼ିକ ଯେପରି ସବୁଲୋକଙ୍କ ପାଖରେ ଠିକ୍ ଭାବରେ ପହଁଚିବ, ସେଥିପାଇଁ ସରକାରଙ୍କ ଅଙ୍ଗୀକାରବଦ୍ଧତା ରହିଛି । ସେବା ପ୍ରଦାନରେ ଉତ୍ତରଦାୟିତ୍ୱ ଏବଂ ସରଳତା ଉପାୟ ସହ କାର୍ଯ୍ୟନିର୍ବାହ ସଂପର୍କରେ ସେ ଆଲୋଚନା କରି ସମସ୍ୟା ଏବଂ ଆହ୍ୱାନଗୁଡ଼ିକୁ ଚିହ୍ନଟ କରି ତାଲିକାଭୁକ୍ତ କରିବା ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ଫଳାଫଳ ଆଣିବାକୁ ସେ ପରାମର୍ଶ ଦେଇଥିଲେ ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେବରଞ୍ଜନ କୁମାର ସିଂହ ଯୋଗଦେଇ ସେବା ପ୍ରଦାନରେ ବାଧା ସୃଷ୍ଟି କରୁଥିବା ଅନାବଶ୍ୟକ ଆଇନକୁ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଥିବା ସଂପର୍କରେ ଉଦାହରଣ ଦେଇ ବୁଝାଇଥିଲେ ।ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ଯୋଗଦେଇ ସେବା ପ୍ରଦାନ ପ୍ରକ୍ରିୟାର ସରଳୀକରଣ ଏବଂ ଏଥିପାଇଁ ପ୍ରଯୁକ୍ତିବିଦ୍ୟାର ସକାରାତ୍ମକ ଭୂମିକା ରହିଥିବା ଉପରେ ଆଲୋକପାତ କରି ଅସୁବିଧାମୁକ୍ତ ସେବା ପ୍ରଦାନ ପାଇଁ ପ୍ରଶାସନିକ ସଂସ୍କାରର ଆବଶ୍ୟକତା ପ୍ରତି ପଦକ୍ଷେପ ନିଆଯାଉଥିବା ସଂପର୍କରେ ଆଲୋକପାତ କରିଥିଲେ।

ପ୍ରାରମ୍ଭରେ ସେଣ୍ଟର ଫର ମଡର୍ଣ୍ଣାଇଜିଂ ଗଭରଣ୍ଣମେଣ୍ଟ ଇନିସିଏଟିଭ(ସିଏମଜିଆଇ)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ବିନୀତ ଭରଦ୍ୱାଜ ସ୍ୱାଗତ ଭାଷଣ ଦେଇ କର୍ମଶାଳା ଆୟୋଜନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଶାସନ ପ୍ରକ୍ରିୟାରେ ସରଳୀକରଣ ଏବଂ କେନ୍ଦ୍ରୀୟ ତଦାରଖ ବ୍ୟବସ୍ଥାରେ ପ୍ରଯୁକ୍ତିବିଦ୍ୟାର ଭୂମିକା, ଓଆରଟିପିଏସ୍ଏର କାର୍ଯ୍ୟକାରିତା ସଂପର୍କରେ ସଚେତନତା ଏବଂ ଅଧିକାରୀମାନଙ୍କ ଦ୍ୱାରା ସେବା ପ୍ରଦାନ ବେଳେ ରହୁଥିବା ସମସ୍ୟା ଏବଂ ଆହ୍ୱାନ ଓ ସମାଧାନ ବିଷୟରେ ସେ ଆଲୋଚନା କରିଥିଲେ । ଉଚ୍ଚଶିକ୍ଷା ବିଭାଗରକମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ଓଆରଟିପିଏସଏ ର କାର୍ଯ୍ୟକାରିତାରେ ବିଶ୍ୱବିଦ୍ୟାଳୟ ଏବଂ ଏନଏସଏସ ସ୍ୱେଚ୍ଛାସେବୀମାନେ ବ୍ୟାପକ ଭାବେ ସହାୟତା କରିପାରିବେ ବୋଲି ସେ ବିଷୟରେ ଆଲୋକପାତ କରିଥିଲେ ।

ପୂର୍ବତନ ସୂଚନା କମିଶନର ତଥା ସିୱାଇଏସଡିର ପ୍ରମୁଖ ପରାମର୍ଶଦାତା ଶ୍ରୀ ଜଗଦାନନ୍ଦ ଜନସେବାକୁ ତ୍ୱରାନ୍ୱିତ କରିବା ବିଷୟରେ ଆଲୋକପାତ କରିଥିଲେ ଏବଂ ଜନସାଧାରଣଙ୍କ ପ୍ରତି ସମ୍ବେଦନଶୀଳ ଶାସନକୁ ସୁନିଶ୍ଚିତ କରିବା ଦିଗରେ ସରକାର ଏବଂ ଲୋକଙ୍କ ମଧ୍ୟରେ ବିଶ୍ୱାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।ଉଦ୍ଘାଟନୀ ଅଧିବେଶନରେ ଜିଏ ଓ ପିଜି ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଦେବବ୍ରତ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପରେ ଶ୍ରୀ ଜଗଦାନନ୍ଦଙ୍କ ସହଯୋଗରେ ଓଆରଟିପିଏସ୍ଏର ପ୍ରକଳ୍ପ ସଂଯୋଜକ ଶ୍ରୀ ପିନାକୀ ମହାନ୍ତିଙ୍କ ସଂଯୋଜନାରେ ଦ୍ୱିତୀୟ ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହି ଅଧିବେଶନରେ ଲୋକସେବା ଅଧିକାର ଅଧିନିୟମ କାର୍ଯ୍ୟକାରିତାରେ ପ୍ରଶିକ୍ଷଣ ନେଉଥିବା ଅଧିକାରୀମାନଙ୍କର ଭୂମିକା, ଆଇନର ଉଦ୍ଦେଶ୍ୟ ଏବଂ ସମୟସୀମା ମଧ୍ୟରେ ସେବା ପ୍ରଦାନ, ବିଳମ୍ବ ଏବଂ ସେବା ପ୍ରଦାନ ହେଉନଥିବା କ୍ଷେତ୍ରରେ ଅଧିକାରୀମାନଙ୍କୁ ଉତ୍ତରଦାୟୀ କରିବା ଭଳି ଆଇନକୁ କାର୍ଯ୍ୟକାରୀ କରିବାର ଉପାୟ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏହି ଆଇନ୍ ର କାର୍ଯ୍ୟକାରିତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ଶ୍ରୀ ମହାନ୍ତି ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ। ଶେଷରେ ମୁଖ୍ୟ ଶାସନ ସଚିବଙ୍କ ଉପସଚିବ ଶ୍ରୀ ଅଂଶୁମାନ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking