19.1 C
Bhubaneswar
Tuesday, January 20, 2026
Homeଦେଶ ବିଦେଶବିବାହକୁ ନେଇ ସୁପ୍ରିମକୋର୍ଟ କ’ଣ କହିଲେ ଜାଣନ୍ତୁ....

ବିବାହକୁ ନେଇ ସୁପ୍ରିମକୋର୍ଟ କ’ଣ କହିଲେ ଜାଣନ୍ତୁ….

ନୂଆଦିଲ୍ଲୀ: ବିବାହକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ବିବାହ ଅବୈଧ ଥିଲେ ବି ମିଳିପାରିବ ଭରଣପୋଷଣ । ବିବାହ ଅବୈଧ ଘୋଷଣା ହେଲେ ମଧ୍ୟ ପତ୍ନୀଙ୍କୁ ଅବୈଧ କହିବା ଅନୁଚିତ । ଏହା ମହିଳାଙ୍କ ମର୍ଯ୍ୟାଦାକୁ ପ୍ରଭାବିତ କରେ । ହିନ୍ଦୁ ବିବାହ ଆଇନ ଅନୁଯାୟୀ, ସ୍ଥାୟୀ ଭରଣପୋଷଣ ଦାବି କରିପାରିବେ ପତ୍ନୀ । ନିକଟରେ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । ବୁଧବାର ଦିନ ସୁପ୍ରିମକୋର୍ଟ ଏକ ରାୟ ଶୁଣାଇଛନ୍ତି ଯେ, ହିନ୍ଦୁ ବିବାହ ଆଇନ (ଏଚଏମଏ) ୧୯୫୫ ଅନୁଯାୟୀ, ବିବାହକୁ ଅସିଦ୍ଧ ଘୋଷଣା କରାଯାଇଥିଲେ ମଧ୍ୟ ଉଭୟ ପକ୍ଷରେ ଯେକୌଣସି ବ୍ୟକ୍ତି ମଧ୍ୟବର୍ତ୍ତୀକାଳୀନ ଭରଣପୋଷଣ ଏବଂ ସ୍ଥାୟୀ ଭରଣପୋଷଣ ଦାବି କରିପାରିବେ ।ବମ୍ବେ ହାଇକୋର୍ଟର ଏକ ନିଷ୍ପତ୍ତିରେ ଅବୈଧ ପତ୍ନୀ ଭଳି ଶବ୍ଦ ବ୍ୟବହାର ଉପରେ ମଧ୍ୟ ସୁପ୍ରିମକୋର୍ଟ ଆପତ୍ତି ଉଠାଇଥିଲେ । ଏହାକୁ ମହିଳାଙ୍କ ପ୍ରତି ଅନ୍ୟାୟ ବୋଲି ବର୍ଣ୍ଣନା କରାଯାଇଥିଲା ।

ଜଷ୍ଟିସ୍ ଏ. ଏସ୍‌. ଓକା, ଆହସାନୁଦ୍ଦିନ ଅମାନୁଲ୍ଲାହ ଏବଂ ଅଗଷ୍ଟିନ ଜର୍ଜ ମାସିହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, “ଯଦି ୧୯୫୫ ଆଇନର ଧାରା ୧୧ ଅନୁଯାୟୀ ଏକ ବିବାହକୁ ଅସିଦ୍ଧ ଘୋଷଣା କରାଯାଇଛି, ତେବେ ବିବାହର ଯେକୌଣସି ପକ୍ଷ ଆଇନର ଧାରା ୨୫ ଅନୁଯାୟୀ ସ୍ଥାୟୀ ଭରଣପୋଷଣ କିମ୍ବା ଭରଣପୋଷଣ ଦାବି କରିବାର ଅଧିକାର ରଖିଛନ୍ତି ।’ ହିନ୍ଦୁ ବିବାହ ଆଇନ ଅନୁଯାୟୀ ମଧ୍ୟବର୍ତ୍ତୀକାଳୀନ ଭରଣପୋଷଣ ପ୍ରଶ୍ନ ଉପରେ ରାୟରେ କୁହାଯାଇଛି, “ଯଦିଓ କୌଣସି କୋର୍ଟ ଉଭୟଙ୍କ ବିବାହକୁ ଅସିଦ୍ଧ କିମ୍ବା ରଦ୍ଦ କରିବା ଯୋଗ୍ୟ ବୋଲି ବିଚାର କରନ୍ତି, ତଥାପି କୋର୍ଟ ଚାଲିଥିବା ମାମଲାର ଚୂଡ଼ାନ୍ତ ସମାଧାନ ପର୍ଯ୍ୟନ୍ତ ୧୯୫୫ ଆଇନ ଅନୁଯାୟୀ ମଧ୍ୟବର୍ତ୍ତୀକାଳୀନ ଭରଣପୋଷଣ ପ୍ରଦାନ କରିପାରିବେ ।’ଏହା ମଧ୍ୟ କୁହାଯାଇଛି ଯେ ଧାରା ୨୪ ଅନୁଯାୟୀ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ନିଷ୍ପତ୍ତି ନେବା ସମୟରେ, କୋର୍ଟ ସର୍ବଦା ଆଶ୍ୱସ୍ତି ଚାହୁଁଥିବା ପକ୍ଷର ଆଚରଣକୁ ଧ୍ୟାନ ଦେବେ । କାରଣ ଆଶ୍ୱସ୍ତି ଦେବା ସର୍ବଦା ନ୍ୟାୟିକ ବିବେଚନା ଉପରେ ନିର୍ଭର କରେ । ଅବୈଧ ପତ୍ନୀ ଭଳି ଶବ୍ଦ ବ୍ୟବହାର ଉପରେ ଆପତ୍ତି ଉଠାଇ ସୁପ୍ରିମକୋର୍ଟ କହିଛନ୍ତି, “ବିବାହ ଅବୈଧ ଘୋଷଣା ହେଲେ ମଧ୍ୟ ପତ୍ନୀଙ୍କୁ ଅବୈଧ କହିବା ଅନୁଚିତ । ଏହା ସମ୍ପୃକ୍ତ ମହିଳାଙ୍କ ମର୍ଯ୍ୟାଦାକୁ ପ୍ରଭାବିତ କରେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking