39.1 C
Bhubaneswar
Friday, April 26, 2024
Homeଓଡିଶାପିତାଙ୍କ ଶେଷ ଦର୍ଶନ ଠାରୁ କର୍ତବ୍ୟକୁ ଆଦରୀ ନେଲେ ଡାକ୍ତର

ପିତାଙ୍କ ଶେଷ ଦର୍ଶନ ଠାରୁ କର୍ତବ୍ୟକୁ ଆଦରୀ ନେଲେ ଡାକ୍ତର

ମାଲକାନଗିରି : ସମଗ୍ର ବିଶ୍ୱରେ ବର୍ତମାନ କରୋନା ମହାମାରୀର ରୂପ ନେଇଥିବା ବେଳେ ଡାକ୍ତରଙ୍କ ଗୁରୁଦାୟିତ୍ୱ ବଢ଼ିଯାଇଛି । ଏହି ଗୁରୁଦାୟିତ୍ୱ ଯୋଗୁ ପିତାଙ୍କ ମୃତ୍ୟୁ ପରେ ଶେଷ ଦର୍ଶନ କରିପାରିଲେନି ଜଣେ କର୍ତବ୍ୟରତ ଡାକ୍ତର। ପିତାଙ୍କ ଶେଷ ଦର୍ଶନଠାରୁ ନିଜର କର୍ତବ୍ୟକୁ ଆଦରୀ ନେଇଛନ୍ତି ଡାକ୍ତର । ଏଭଳି ଏକ ହୃଦୟବିଦାରକ ଘଟଣା, ମାଲକାନଗିରି ଜିଲ୍ଲା ସଦର ମହୁକୁମାରେ ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଭାବେ କାର୍ଯ୍ୟରତ ଡ.ଶଶୀ ଭୂଷଣ ମହାପାତ୍ରଙ୍କ ପିତା ଦୂର୍ଯ୍ୟେଧନ ଭଞ୍ଜ(ମହାପାତ୍ର)ଙ୍କ ବୁଧବାର ଦେହାନ୍ତ ଖବର ଆସିବା ପରେ ସେ ସ୍ତବ୍ଧ ହୋଇ ଭାଙ୍ଗି ପଡ଼ିଥିଲେ । ତାଙ୍କ ନିଜ ଘର ଯାଜପୁର ଜିଲ୍ଲାର କଲନଗିରି ଗ୍ରାମରେ ବୋଲି ଜଣାପଡ଼ିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା । ଦୀର୍ଘ ଦିନ ଧରି ତାଙ୍କର ହାତ ଗୋଡ଼ ଫୁଲିଯାଉଥିଲା। ଶେଷରେ ବୁଧବାର ତାଙ୍କର ଦେହାନ୍ତ ହୋଇଛି । ଡ.ମହାପାତ୍ର ବର୍ତମାନ ୩ ଟି ଦାୟତ୍ୱରେ ଥିବା ବେଳେ କରୋନା ପାଇଁ ତାଙ୍କୁ ବିଭିନ୍ନ ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି। ତାଙ୍କର ୩ ଟି ପୁତ୍ର ଓ ୨ ଟି କନ୍ୟା ଅଛନ୍ତି ।
ସେ ମାଲକାନଗିରିରେ ଥିବା ବେଳେ ତାଙ୍କ ମଝିଆ ଭାଇ ରାଜସ୍ଥାନରେ ରହିଛନ୍ତି। ତେଣୁ ଫୋନ ଆସିବା ପରେ ତାଙ୍କ କନିଷ୍ଟ ଭାଇଙ୍କୁ ଭାଙ୍ଗି ନ ପଡ଼ିବାକୁ ପରାମର୍ଶ ଦେବା ସହ ରିତିନିତି ଅନୁଯାୟୀ ଅନ୍ତ୍ୟେଷ୍ଟିକ୍ରିୟା ଶେଷ କରିବାକୁ କହିଥିବା ସେ ପ୍ରକାଶ କରିଛନ୍ତି । ସେ ପରିବାରର ଜ୍ୟେଷ୍ଠ ପୁତ୍ର ହୋଇଥିବାରୁ ହିନ୍ଦୁ ଧର୍ମ ଅନୁଯାୟୀ ମୂଖାଗ୍ନି ଦେବାର ପ୍ରଥା ରହିଥିବା ବେଳେ କରୋନା ମହାମାରୀର ମୁକାବିଲା ପାଇଁ ତାଙ୍କୁ ବହୁ ଦାୟିତ୍ୱ ଦିଆଯାଇଥିବାରୁ ସେ କର୍ତବ୍ୟକୁ ଆଦରୀ ନେଇଥିଲେ। କରୋନା କର୍ମ ଯୋଦ୍ଧାଙ୍କ ଏଭଳି ଘଡ଼ିସନ୍ଧି ମୂହୂର୍ତରେ କର୍ତବ୍ୟକୁ ଆଦରୀ ନେଇଥିବାରୁ ସାଧାରଣରେ ପ୍ରଶଂସା କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking