29.1 C
Bhubaneswar
Thursday, April 25, 2024
Homeଆଇସିସି ଟି -20 ମହିଳା ବିଶ୍ୱକପ 2023ମହିଳା ଟି-୨୦ ବିଶ୍ୱକପ ୨୦୨୩ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା; ଜାଣନ୍ତୁ ଅପଡେଟ

ମହିଳା ଟି-୨୦ ବିଶ୍ୱକପ ୨୦୨୩ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା; ଜାଣନ୍ତୁ ଅପଡେଟ

ନୂଆଦିଲ୍ଲୀ: ଟି-୨୦ ମହିଳା ବିଶ୍ୱକପ ୨୦୨୩ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରିସାରିଛି । ସୋଫି ଡିଭାଇନ ଦଳର ନେତୃତ୍ୱ ନେଉଥିବା ବେଳେ ୱିକେଟ କିପର ବର୍ଣ୍ଣାଡିନ ବେଜୁଡେନହାଉଟ ବିଶ୍ୱକପରେ ଦଳକୁ କମବ୍ୟାକ କରିବାକୁ ଯାଉଛନ୍ତି । ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହେବାକୁ ଥିବା ଏହି ବିଶ୍ୱକପ ୧୫ ଜଣିଆ ଦଳରେ ସେ ନିଜ ସ୍ଥାନ ପକ୍କା କରିଛନ୍ତି ।

ଏହି ବିଶ୍ୱକପ ସହ ଦୀର୍ଘ ୩ ବର୍ଷ ପରେ ଦଳକୁ କମବ୍ୟାକ କରିବେ ବର୍ଣ୍ଣାଡିନ । ଶେଷ ଥର ପାଇଁ ଜାନୁୟାରୀ ୨୦୨୦ରେ ସେ ଟିମରେ ସ୍ଥାନ ପାଇଥିଲେ । ଏହାପରେ ଦୀର୍ଘ ଦିନ ଦଳରୁ ବାହାରେ ରହିଥିବା ବେଳେ ବର୍ତ୍ତମାନ ଲିଷ୍ଟ-ଏରେ ଦମଦାର ପ୍ରଦର୍ଶନ କରି ସେ ପୁଣି ଥରେ ଦଳ ତରଫରୁ ଡାକରା ପାଇଛନ୍ତି । ଲିଷ୍ଟ ‘ଏ’ର ୫ଟି ମ୍ୟାଚରୁ ୬୩.୬୬ ହାରରେ ଗୋଟିଏ ଶତକ ସହ ୧୯୧ ରନ ସଂଗ୍ରହ କରିଥିଲେ ବର୍ଣ୍ଣାଡିନ । ସେପଟେ ଆହତ ସମସ୍ୟାରୁ ବାହାରି ଦଳରୁ ଫେରିବେ ଅଧିନାୟକ ଡିଭାଇନ । ସେହିପରି ଆହତ ହୋଇ ଅଣ୍ଡର-୧୯ ଦଳରୁ ବାଦ ପଡିଥିବା ଫ୍ରାନ ଜୋନଓ ମଧ୍ୟ ସିନିୟର ଦଳରେ ସୁଯୋଗ ପାଇଛନ୍ତି । ତେବେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପୂର୍ବତନ ଖେଳାଳି ମୋର୍ଣ୍ଣ ମର୍କେଲଙ୍କୁ ଟୁର କୋଚ ଭାବେ ନିଯୁକ୍ତି କରିଛି ନ୍ୟୁଜିଲାଣ୍ଡ ।

ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡ ଟିମ୍‌: ସୋଫି ଡିଭାଇନ(ଅଧିନାୟକ), ସୁଜି ବେଟସ, ବଣ୍ଣାଡିନ ବେଜୁଡେନହାଉଟ, ଇଡେନ କାର୍ସନ, ଲରେନ ଡାଉନ, ମ୍ୟାଡି ଗ୍ରୀନ, ବ୍ରୁକ ହାଲିଡେ, ହେଲି ଜେନସେନ, ଫ୍ରାନ ଜୋନାସ, ମେଲି କେର, ଜେସ କେର, ମୋଲି ପେନଫୋଲ୍ଡ, ଜର୍ଗିଆ ପ୍ଲାଇମର, ହାନା ରୋ, ଲି ତାହୁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking