34.1 C
Bhubaneswar
Friday, March 29, 2024
Home2023- ବଜେଟ୍ରେଳ ବଜେଟକୁ ନେଇ ମନ୍ତ୍ରୀଙ୍କ ସୂଚନା: ଚଳିତ ଥର ବୃଦ୍ଧି ପାଇଲା ଅନୁଦାନ ରାଶି

ରେଳ ବଜେଟକୁ ନେଇ ମନ୍ତ୍ରୀଙ୍କ ସୂଚନା: ଚଳିତ ଥର ବୃଦ୍ଧି ପାଇଲା ଅନୁଦାନ ରାଶି

ଭୁବନେଶ୍ୱର: ଚଳିତ ମାସ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନ କରିଥିଲେ । ତେବେ ଆଜି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳ ବଜେଟ ଆଗତ କରିଛନ୍ତି । ରେଳ ବଜେଟରେ ଓଡ଼ିଶାକୁ କେତେ ଅନୁଦାନ ମିଳିବ ସେନେଇ ରାଜ୍ୟବାସୀ ଉତ୍ସୁକତାର ସହିତ ଚାହିଁ ରହିଥିବା ବେଳେ ରେଳମନ୍ତ୍ରୀ ଅଶ୍ୱିନୀ ଏନେଇ ଘୋଷଣା କରିଛନ୍ତି ।

ତେବେ ରେଳ ବଜେଟରେ ଓଡ଼ିଶାକୁ ୧୦ ହଜାର ୧୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । ରାଜ୍ୟ ସରକାର ୮୪୦୦ କୋଟି ମାଗିଥିବା ବେଳେ କେନ୍ଦ୍ର ସରକାର ଅଧିକ ଅର୍ଥ ପ୍ରଦାନ କରିଛନ୍ତି । ଚଳିତ ବର୍ଷ ୨୮୦ କିମିର ରେଳପଥ ନିର୍ମାଣ କରାଯିବା ସହ ୫୭ଟି ଷ୍ଟେସନର ଆଧୁନିକୀକରଣ କରାଯିବ । ଡବଲିଂ ପାଇଁ ୩୮୦୦ କୋଟି ଓ ନୂଆ ଲାଇନ୍ ପାଇଁ ୨୫୬୪ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking