37.2 C
Bhubaneswar
Friday, April 19, 2024
Homeଆଇସିସି ଟି -20 ମହିଳା ବିଶ୍ୱକପ 2023ବିଶ୍ୱକପ ପାଇଁ ଟ୍ରେନିଙ୍ଗ ଆରମ୍ଭ କଲା ପାକିସ୍ତାନୀ ମହିଳା ଦଳ; ଭାରତ ବିପକ୍ଷରେ ଖେଳିବ ପ୍ରଥମ...

ବିଶ୍ୱକପ ପାଇଁ ଟ୍ରେନିଙ୍ଗ ଆରମ୍ଭ କଲା ପାକିସ୍ତାନୀ ମହିଳା ଦଳ; ଭାରତ ବିପକ୍ଷରେ ଖେଳିବ ପ୍ରଥମ ମ୍ୟାଚ

ଜୋହାନ୍ସବର୍ଗ: ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଦୁର୍ବଳ ପ୍ରଦର୍ଶନ ପରେ ଆଇସିସିର ବଡ ଟୁର୍ଣ୍ଣାମେଣ୍ଟ ପାଇଁ ପହଞ୍ଚିଛି ପାକିସ୍ତାନ । ୨୦୨୩ ମହିଳା ଟି-୨୦ ବିଶ୍ୱକପ ପାଇଁ ଦକ୍ଷିଣ ଆଫ୍ରିକାରେ ପହଞ୍ଚି ସାରିଛନ୍ତି ପାକିସ୍ତାନର ସମସ୍ତ ଖେଳାଳି । ଫେବୃଆରୀ ୧୦ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଥିବା ବେଳେ ୧୨ ତାରିଖରେ ଚିର ପ୍ରତିଦ୍ୱନ୍ଦୀ ଭାରତକୁ ଭେଟିବ ପାକିସ୍ତାନ । ତେବେ ଆଜିଠୁ ଦଳ ନିଜର ପ୍ରସ୍ତୁତି ଆରମ୍ଭ କରିଛି ।

ବୁଧବାର ଦିନ ଦକ୍ଷିଣ ଆଫ୍ରିକାରେ ପହଞ୍ଚିବା ପରେ ଗୁରୁବାର ବିଶ୍ରାମ କରିଥିଲା ପାକିସ୍ତାନୀ ମହିଳା ଦଳ । ଏହପରେ ଆଜିଠୁ ବିଶ୍ୱକପ ବିଜୟ ପାଇଁ ନିଜର ଅଭ୍ୟାସ ଆରମ୍ଭ କରିଛି । ଚଳିତ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଗୃପ ବି ରେ ସ୍ଥାନ ପାଇଛି । ଆସନ୍ତା ୧୨ ତାରିଖରେ ପାକିସ୍ତାନ ଭାରତ ବିପକ୍ଷ ମ୍ୟାଚରୁ ଆରମ୍ଭ କରିବ ବିଶ୍ୱକପ ଅଭିଯାନ । ଏଥିପାଇଁ ସମସ୍ତ ଖେଳାଳି ଜୋରଦାର ପ୍ରସ୍ତୁତି କରୁଥିବା ଦେଖିବାକୁ ମିଳିଛି । ଏହାପରେ ଫେବୃଆରୀ ୧୫ ତାରିକରେ ଆୟରଲାଣ୍ଡ ଏବଂ ୧୯ ତାରିଖରେ ୱେଷ୍ଟଇଣ୍ଡିଜକୁ ଭେଟିବ ପାକିସ୍ତାନ । ତେବେ ୨୧ ତାରିଖରେ ଲିଗର ଶେଷ ମ୍ୟାଚରେ ଦଳ ଇଂଲଣ୍ଡ ସହ ମୁହାଁମୁହିଁ ହେବ ।

ବିଶ୍ୱକପ ପାଇଁ ପାକିସ୍ତାନ ଦଳ: ବିସମାହ ମାରୁଫ(ଅଧିନାୟକ), ଏମେନ ଅନୱର, ଆଲିୟା ରିଆଜ, ଆୟେଶା ନସିମ, ଫତିମା ସନା, ଜାଭେରିଆ ଖାନ, ମୁନିବା ଅଲି, ନସରା ସାନ୍ଧୁ, ନିଦା ଦାର, ଓମେମା ସୋହେଲ, ସଦଫ ସାମ୍ସ, ସଦିଆ ଇକବାଲ, ସିଦ୍ରା ଆମିନ, ସିଦ୍ରା ନୱାଜ ଏବଂ ତୁବା ହସନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking