34.1 C
Bhubaneswar
Wednesday, May 22, 2024
Homeଅପରାଧରାଜଧାନୀ ନିଶା କାରବାରରେ ବଢୁଛି ମହିଳାଙ୍କ; ଗୋଟିଏ ଦିନରେ ୩ ମହିଳା ଗିରଫ

ରାଜଧାନୀ ନିଶା କାରବାରରେ ବଢୁଛି ମହିଳାଙ୍କ; ଗୋଟିଏ ଦିନରେ ୩ ମହିଳା ଗିରଫ

ଭୁବନେଶ୍ୱର: ରାଜଧାନୀ ନିଶା କାରବାରରେ ବଢୁଛି ମହିଳାଙ୍କ ଭାଗିଦାରୀ ।ନାବାଳିକାଙ୍କ ଠାରୁ ଆରମ୍ଭ କରି ଯୁବତୀ,ମଧ୍ୟମ ବର୍ଷିୟା ମହିଳା, ବୃଦ୍ଧା ପର୍ଯ୍ୟନ୍ତ ଅଧିକ ଲାଭ ଦାୟକ କୋଟିକୋଟି ଟଙ୍କାର ଏହି ନିଶା କାରବାରରେ ସାମିଲ ହେଉଛନ୍ତି । ତେବେ ପୂର୍ବରୁ ଏହି କାରବାରରେ ଅର୍ଥୀକ ଦୁର୍ବଳ ମହିଳା ମାନଙ୍କ ଉପସ୍ଥିତି ରହୁଥିଲା । ହେଲେ ଏବେ ସମ୍ଭ୍ରାନ୍ତ ଶ୍ରେଣୀର ମହିଳାମାନେ ଏହା ମଧ୍ୟକୁ ଆସିବାରେ ଲାଗିଛନ୍ତି । ଏମାନଙ୍କ ପ୍ରଫେସନାଲ ନିଶା ବ୍ୟବସାୟୀ ଭଳି ବ୍ୟବହାର କରୁଛନ୍ତି । ଆଜି ରାଜଧାନୀରୁ ନିଶା କାରବାର ଅଭିଯୋଗରେ ୩ ଜଣ ମହିଳାଙ୍କୁ କମିଶନରେଟ୍ ପୁଲିସ ଗିରଫ କରାଯାଇଛି ।

ପୁଲିସ ସୂଚନା ମୁତାବକ, ଏକ ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଆଧାରରେ ମୈତ୍ରୀବିହାର ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ ସାଲିଆସାହି ଠାରେ ଥିବା ଫର୍ମାସୀ କଲେଜ ନିକଟରେ ଅତର୍କିତ ଚଢଉ କରି ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ତିଳମଣୀ ନାୟକ ନାମକ ମହିଳାଙ୍କୁ ନିଶା କାରବାର ଅଭିଯୋଗରେ ଗିରଫ କରାଯାଇଛି । ତଲାସି ବେଳେ ପୁଲିସ ତାଙ୍କ ନିକଟରୁ ମୋଟ ୫.୧ଗ୍ରାମ ଓଜନର ବ୍ରାଉନ ସୁଗାର, ଏବଂ ଏକ ମୋବାଇଲ ଫୋନ ଜବତ କରିଥିଲେ । ସେହିପରି ଅନ୍ୟ ଏକ ଘଟଣାରେ ସାଲିଆସାହି ଅନ୍ତର୍ଗତ ଇଡକୋ ବସ୍ତିରେ ଅତର୍କିତ ଚଢଉ କରି ସାଧାରଣରେ ବେଆଇନ ଭାବେ ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ବାଳା ହେମ୍ବ୍ରମ୍ ନାମକ ମହିଳା ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଅଭିଯୁକ୍ତଙ୍କ ତଲାସି ବେଳେ ପୁଲିସ ତାଙ୍କ ନିକଟରୁ ମୋଟ ୫ଲିଟର ଦେଶୀମଦ ଜବତ କରିଥିଲେ । ଅନ୍ୟପକ୍ଷରେ ତମାଣ୍ଡ ଥାନା ଅଞ୍ଚଳରେ ୨୮୨ ଗ୍ରାମ ଓଜନର ବ୍ରାଉନ ସୁଗର ଜବତ ମାମଲାରେ ଆଜି ଯଦୁପୁର ଗ୍ରାମର ଅନସାରୀ ବିବିଙ୍କୁ ପୁଲିସ ଗିରଫ କରିଛି ।

ରଜଧାନୀକୁ କନ୍ଧମାଳ, କୋରାପୁଟ ଏବଂ ଗଞ୍ଜମ ଜିଲାରୁ ଗଞ୍ଜେଇ ଚାଲାଣ କରାଯାଉଛି । ସେହିପରି ବାଲେଶ୍ୱରରୁ ବ୍ରାଉନ୍‌ସୁଗର ଚାଲାଣ କରାଯାଉଛି । ଅଧିକାଂଶ ସମୟରେ ଘରୋଇ କାର ମାଧ୍ୟମରେ ବେଆଇନ୍ ନିଶା ଦ୍ରବ୍ୟର ପରିବହନ କରାଯାଉଛି । ତେବେ ଉକ୍ତ କାରରେ ସାଧାରଣତ ଯୁବତୀ ଏବଂ ମହିଳାମାନଙ୍କ ଉପସ୍ଥିତି ନିିଶାଦ୍ରବ୍ୟ ପରିବହନ ସନ୍ଦେହକୁ କମାଇ ଦିଏ । ପୁଲିସ ଯାଞ୍ଜ ସେତେଟା କଡା କଡି ହୋଇ ନ ଥାଏ । ଯାହାଫଳରେ ସେମାନେ ପୁଲିସ ନଜରରୁ ଖସିଯାଆନ୍ତି ବୋଲି ଜଣେ ଅଭିଯୁକ୍ତ ପୁଲିସ ଜେରା ବେଳେ ସ୍ୱିକାର କରିଥିଲା । ମହିଳା ନିଶା କାରବାରୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । କୋଭିଡ୍ ମହାମାରୀ ପରେ ଏହି ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଛି । ପରିବାର ସଦସ୍ୟ ବେରେଜଗାର ହେବା ପରେ ମହିଳା ମାନେ ନିଶା କାରବାରକୁ ଏକ ଜୀବନ ବଞ୍ଚିବାର ଏକ ମାଧ୍ୟମ ଭାବେ ବାଛି ନେଉଛନ୍ତି । ପରବର୍ତ୍ତି ସମୟରେ ଏହି ବ୍ୟବସାୟରେ ଲାଭ ହେବା ପରେ ମହିଳା ପେଡ୍‌ଲର ମାନଙ୍କୁ ନିଶା କାରବାର ନିଶା ଲାଗି ଯାଉଛି । ଯାହାଫଳରେ ଗିରଫଦାରିକୁ ସେମାନଙ୍କର ଖାତିର ନାହିଁ । ଯାହାକୁ ଆୟତ କରିବା ପୁଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ପାଲଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking