34.1 C
Bhubaneswar
Saturday, May 18, 2024
Homeଅପରାଧମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗରେ ୨ ଗିରଫ

ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗରେ ୨ ଗିରଫ

ଭୁବନେଶ୍ୱର: ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗରେ ଏୟାରଫିଲ୍ଡ ଥାନା ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସାମନ୍ତରାପୁର ଅଞ୍ଚଳର ମିଥୁନ ସାହୁ ଏବଂ ସୁନ୍ଦରପଦା ଅଜୟ ଭୋଇ । ସୂଚନାଯୋଗ୍ୟ, ଗତ ୨୭ ତାରିଖ ରାତିରେ ଦୁଇ ଅଭିଯୁକ୍ତ ମିଶି ସମ୍ପୃକ୍ତ ଥାନା ଅନ୍ତର୍ଗତ ବାଲୁଙ୍କେଶ୍ୱର ମନ୍ଦିର ହୁଣ୍ଡିରୁ ୫୦୦୦ ଟଙ୍କା ଚୋରିକରି ନେଇଯାଇଥିଲେ ।

ପରେ ଦୁଇଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଅଭିଯୁକ୍ତ ମିଥୁନ ସାହୁଙ୍କୁ ସମ୍ପୃକ୍ତ ଅଭିଯୋଗକାରୀ ଏବଂ ସ୍ଥାନୀୟ ବାସିନ୍ଦା କାବୁ କରି ଥାନାଜିମା ଦେଇଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ମିଥୁନ ନିଜ ଦୋଷ ସ୍ୱୀକାର କରିଥିବା ବେଳେ ଅନ୍ୟଜଣେ ଅଭିଯୁକ୍ତ ଅଜୟ ଭୋଇଙ୍କ ସହ ମିଶି ଏହି ଟଙ୍କା ଚୋରୀକରିଥିବା କଥା ସ୍ୱୀକାର କରିଥିଲେ । ଏହି ମାମାଲାର ଅଧିକ ତଦନ୍ତ ସମୟରେ ପୁଲିସ ଅନ୍ୟ ଜଣେ ଅଭିଯୁକ୍ତ ଅଜୟ ଭୋଇଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ଉଭୟ ଅଭିଯୁକ୍ତଙ୍କୁ ଛାନବିନ କରି ପୁଲିସ ୧୫୦୦ ଟଙ୍କା ଜବତ କରିଥିବା ବେଳେ ବଳକା ଟଙ୍କାକୁ ସେମାନେ ନିଶା ସେବନରେ ଖର୍ଚ୍ଚ କରିଦେଇଥିବା କଥା ସ୍ୱୀକାର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking