25.8 C
Bhubaneswar
Saturday, July 27, 2024
Homeଓଡିଶାଆସନ୍ତାକାଲି କଣ୍ଟାମାଳ ବିଧାନସଭା ଆସନର ୨ଟି ବୁଥରେ ହେବ ସାନି ମତଦାନ

ଆସନ୍ତାକାଲି କଣ୍ଟାମାଳ ବିଧାନସଭା ଆସନର ୨ଟି ବୁଥରେ ହେବ ସାନି ମତଦାନ

କଣ୍ଟାମାଳ : ଆସନ୍ତାକାଲି କଣ୍ଟାମାଳ ବିଧାନସଭାର ୨୬ ଓ ୨୮ ନମ୍ବର ଦୁଇଟି ବୁଥରେ ହେବ ସାନି ମତଦାନ। ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏଁ ଏହି ଦୁଇ ବୁଥରେ ପୁନଃ ମତଦାନ ହେବା ନେଇ ବ୍ୟବସ୍ଥା କରାଯାଇଛି। ସୂଚନା ଯୋଗ୍ୟ ଯେ, ଗତକାଲି ୨୦ତାରିଖରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ମତଦାନ ହୋଇଥିଲା। କଣ୍ଟାମାଳ ନିର୍ବାଚନମଣ୍ଡଳୀ ମହେଶ୍ୱର ପିଣ୍ଡା ବୁଥ୍ ନମ୍ବର- ୨୮ରେ ଭୋଟରଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ବାଧ୍ୟ କରାଯାଇଥିଲା। ତେବେ ଏହାକୁ ନେଇ ଭୋଟରଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଏପରିକି ଏହାକୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଚସା ମଧ୍ୟ ଦେଖିବାକୁ ମିଳିଥିଲା। ତେଣୁ ପୁନଃ ମତଦାନ ପାଇଁ ଦାବି କରିଥିଲେ ବିଜେପି ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ। ଏଥିପାଇଁ ଆସନ୍ତାକାଲି କଣ୍ଟାମାଳ ବିଧାନସଭାର ୨୬ ଓ ୨୮ ନମ୍ବର ଦୁଇଟି ବୁଥରେ ହେବ ସାନି ମତଦାନ ହେବା ନେଇ ନିର୍ଦେଶନାମା ଜାରି ହୋଇଛି। ତେବେ କାଲି ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏଁ ଏହି ଦୁଇ ବୁଥରେ ପୁନଃ ମତଦାନ ହେବ। ଏଥିପାଇଁ ଦିଲ୍ଲୀପ କୁମାର ମହାପାତ୍ରଙ୍କୁ ବୌଦ୍ଧ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତଥା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ଏପରିକି ପୁନର୍ବାର ଏହିପରି ଘଟଣା ନ ଘଟିବା ପାଇଁ ଅଧିକ ଧ୍ୟାନ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking