ଭୁବନେଶ୍ୱର : ପୁଣି ଥରେ ଧକ୍କା ଦେଇଛି ମୋ ବସ । ଧକ୍କାରେ ମହିଳାଙ୍କ ମୃତ୍ୟୁ ହୋଇଛି ଏଭଳି ଏକ ଅଭାବନୀୟ ଘଟଣା ଭୁବନେଶ୍ୱର , ତମାଣ୍ଡୋ ଥାନା ନିକଟ ଓଭରବ୍ରିଜ ତଳେ ଦୁର୍ଘଟଣା ଘଟିଛି । ମଲ ନିକଟରେ ୮ରୁ ୧୦ ଜଣ ନାଇଟ କୋଚ ବସକୁ ଅପେକ୍ଷା କରିଥିଲେ । ହେଲେ ବୀପରୀତ ଦିଗରୁ ମୋ ବସ ଟି ଦ୍ରୁତ ଗତିରେ ଆସି ୪ ଜଣଙ୍କୁ ଉପରେ ସିଧା ଚଢିଯାଇଥିଲା । ନିକଟରେ ଥିବା ସ୍କୁଟିକୁ ଦେଢ କିମି ଯାଏଁ ଘୋଷାଡି ନେଇଥିଲା । ମହିଳାଙ୍କ ଶରୀରରୁ ବିଭିନ୍ନ ଅଙ୍ଗ ଛିଟିକି ପଡି ବିଭିନ୍ନ ଜାଗାରେ ପଡିଥିଲା । ରାଜଧାନୀରେ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଥିବା ମୋ ବସ ଶୁକ୍ରବାର ବିଳମ୍ବିତ ରାତିରେ ଏଭଳି ଭୟଙ୍କର ଦୁର୍ଘଟଣା ଘଟାଇଛି । ମୋ ବସଟି ଆସି ମହିଳାଙ୍କୁ ଚଢି ପଳାଇଛି । ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଛି । ମହିଳା ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମହିଳା ଜଣଙ୍କ ଫୁଲବାଣୀ ଯାଇଥାନ୍ତେ ଆଉ ସ୍ୱାମୀ ସ୍କୁଟି ନେଇ ଘରକୁ ଫେରିଥାନ୍ତେ । ଏଭଳି ଘଟଣା ଘଟାଇ ମୋ ବସଟି ଖସି ପଳାଇଥିଲା । ହେଲେ ଉତ୍ୟକ୍ତ ଲୋକେ ମୋ ବସକୁ ଧରିବା ପାଇଁ ପିଛା କରିଥିଲେ । ତାପରେ ମୋ ବସଟିର ଗତି ୮୦ରୁ ୯୦ ଥିଲା । ରାସ୍ତାରେ ୟୁଟଣ୍ଣ ମାରିଲାବେଳେ ଜଣେ ପଥଚାରୀଙ୍କୁ ଧକ୍କା ଦେଇଥିଲା । ତାପରେ ଲୋକମାନେ ମୋ ବସକୁ କାବୁ କରି ବସ ଡ୍ରାଇଭରକୁ ନିର୍ଧୁମ ମାରିଥିଲେ । ତାପରେ ତମାଣ୍ଡୋ ଆଡକୁ ଫେରୁଥିବା ବେଳେ ମୋବସକୁ ଅଟକାଇଥିଲେ । ବସକୁ ଜାଳିବା ପାଇଁ ଲୋକେ ଉଦ୍ୟମ କରିଥିଲେ । ଏହା ଦେଖି ପୁଲିସ ତୁରନ୍ତ ବସକୁ ତମାଣ୍ଡୋ ଥାନାକୁ ନେଇଯାଇଥିଲା । ା ଡ୍ରାଇଭରର ହାବଭାବରୁ ଲାଗୁଥିଲା ସେ ନିଶାସକ୍ତ ଅବସ୍ଥାରେ ଅଛି । ସେପଟେ ଗତକାଲି ପ୍ରାୟ ସାଢେ ୯ଟା ବେଳେ ଶ୍ରୀୟା ଛକରେ ମୋ ବସ ଧକ୍କାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯୁବକ । ଯୁବକ ଜଣଙ୍କ ଉତ୍ୟକ୍ତ ହୋଇ ବସର କାଚ ଭଙ୍ଗାରୁଜା କରିବାକୁ ବାଧ୍ୟ ହୋଇଥଲେ ।