34.1 C
Bhubaneswar
Friday, May 22, 2026
Homeଦେଶ ବିଦେଶମହାନଦୀ ଜଳ ବିବାଦ: ଟ୍ରିବ୍ୟୁନାଲରେ ଦାଖଲ ତଥ୍ୟକୁ ବିରୋଧ କଲା ମହାନଦୀ ବଞ୍ଚାଓ ଆନ୍ଦୋଳନ

ମହାନଦୀ ଜଳ ବିବାଦ: ଟ୍ରିବ୍ୟୁନାଲରେ ଦାଖଲ ତଥ୍ୟକୁ ବିରୋଧ କଲା ମହାନଦୀ ବଞ୍ଚାଓ ଆନ୍ଦୋଳନ

ନୂଆଦିଲ୍ଲୀ: ଓଡିଶା ଓ ଛତିଶଗଡ ପକ୍ଷରୁ ମହାନଦୀ ଟ୍ରିବ୍ୟୁନାଲ ପାଖରେ ମହାନଦୀ ରେ ଉପଲବ୍ଧ ଜଳରାଶି ସଂକ୍ରାନ୍ତୀୟ ଦାଖଲ ହୋଇଥିବା ତଥ୍ୟ ବିଭ୍ରାନ୍ତିକର । ଏହା ଓଡିଶା ଓ ନଦୀର ସ୍ୱାର୍ଥ ରକ୍ଷାର ପରିପନ୍ଥୀ ।ଏହାର ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କରିଛି ମହାନଦୀ ବଞ୍ଚାଓ ଆନ୍ଦୋଳନ । ରାଜଭବନ ସମ୍ମୁଖ ମଧୁବାବୁଙ୍କ ପ୍ରତିମୂର୍ତ୍ତି ପାଖରୁ ଶୋଭାଯାତ୍ରାରେ ବାହାରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ସତ୍ୟାଗ୍ରହ ଡାକରା ଦିଆଯାଇଥିଲା । ଏହି ସମୟରେ ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇ ନେଇଛି । ଟ୍ରିବ୍ୟୁନାଲରେ ଦାଖଲ ତଥ୍ୟକୁ ଚ୍ୟାଲେଞ୍ଜ କରି ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖି ଆଲୋଚନା ପାଇଁ ନିବେଦନ କରିଥିଲୁ । ହେଲେ ଆଲୋଚନା ସୁଯୋଗ ନମିଳିବାରୁ ବାଧ ହୋଇ ଆନ୍ଦୋଳନକୁ ଓହ୍ଲାଇଥିବା କହିଛି ମହାନଦୀ ବଞ୍ଚାଓ ଆନ୍ଦୋଳନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking