24.1 C
Bhubaneswar
Friday, January 10, 2025
Homeଓଡିଶାଅଜଣା ରୋଗରେ ପୀଡ଼ିତ ମହିଳାଙ୍କୁ ମିଳୁନି ସହାୟତା

ଅଜଣା ରୋଗରେ ପୀଡ଼ିତ ମହିଳାଙ୍କୁ ମିଳୁନି ସହାୟତା

ଖପ୍ରାଖୋଲ : ସରକାର ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଉଛନ୍ତି । ସେହିପରି ସ୍ୱାସ୍ଥ୍ୟସେବା ମାଗଣାରେ ଯୋଗାଇ ଦେବା ପାଇଁ ମଧ୍ୟ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛ ି । ହେଲେ ଖପ୍ରାଖୋଲ ବ୍ଲକ୍ ଭାନପୁର ପଞ୍ଚାୟତ ତୁର୍ଲା ଗାଁର ଫୁଲ ଛତର (୬୦)ଙ୍କ ପାଇଁ ସତେ ଯେମିତି ସବୁ ଯୋଜନା ଉପହାସ ପାଲଟିଛି । ଫଳରେ ଆଜିକୁ ୫ବର୍ଷ ହେବ ଏକ ଅଜଣା ରୋଗରେ ପୀଡ଼ିତା ଫୁଲ ଶଯ୍ୟାଶାୟୀ ହୋଇ ରହିଛନ୍ତି । କେବଳ ଖଟିଆ ଉପରେ ବସି ପାରୁଥିବା ବେଳେ ଚଲାବୁଲା କରିପାରୁନାହାନ୍ତି । ଏପରିକି ନିଜେ ରାନ୍ଧି ପାରୁନଥିବାରୁ ଛତରଙ୍କ ସ୍ୱାମୀ ବୁଡୁ ଛତର (୭୧) ରାନ୍ଧିକି ଖାଇବାକୁ ଦେଇଥାନ୍ତି । ଫୁଲଙ୍କ ପରିବାର କହିଲେ ଅବିବାହିତ ଜଣେ ଝିଅ, ସ୍ୱାମୀ ଓ ପୁଅ ବାହା ହୋଇ ନିଜ ପରିବାର ନେଇ ଅନ୍ୟତ୍ର ରହୁଥିବା ବେଳେ ଏବେ ଦାଦନ ଯାଇଛନ୍ତି । ଏବେ ଘରେ ସ୍ତ୍ରୀ, ସ୍ୱାମୀ ଏବଂ ଝିଅ । ପରିବାରର ସମସ୍ତ ସଦସ୍ୟ ପରଘରେ ମୂଲଲାଗି ପେଟ ପୋଷୁଛନ୍ତି । କେବଳ ପଞ୍ଚାୟତ କର୍ତ୍ତୃପକ୍ଷ ଅନ୍ନପୂର୍ଣ୍ଣା ଯୋଜନାରେ ମାଗଣାରେ ୧୦ କେଜି ଚାଉଳ ଦେଇଥାନ୍ତି । ସେଥିରେ କଷ୍ଟମଷ୍ଟେ ତାଙ୍କ ପରିବାର ଚଳିଥାଏ ।
ଅନ୍ୟପକ୍ଷରେ ଫୁଲ ଭିନ୍ନକ୍ଷମ ଥିଲେ ମଧ୍ୟ ଆଜିଯାଏଁ ତାଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର ମିଳିନାହିଁ । ଫଳରେ କୌଣସି ସାହାଯ୍ୟ ତାଙ୍କୁ ମିଳୁନି । ସେହିପରି ଫୁଲଙ୍କ ସ୍ୱାମୀ ବୁଡୁଙ୍କୁ ବୟସ ଅପରାହ୍ନରେ ପହଞ୍ôଚଥିଲେ ବି ଆଜି ଯାଏଁ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିନି । ଭତ୍ତା ପାଇଁ ଅନେକ ଥର ଜଣାଇଥିଲେ ବି ତାଙ୍କୁ ଭତ୍ତା ମିଳୁ ନଥିବା ଫୁଲ ଅଭିଯୋଗ କରିଛନ୍ତି । ରୋଗ ଆରମ୍ଭରୁ ଧାରକରଜ କରି ବିଭିନ୍ନ ସ୍ଥାନକୁ ଚିକିତ୍ସା ପାଇଁ ନେଇଥିଲେ ବି ରୋଗ ଭଲ ନହେବାରୁ ଏବେ ଭାଗ୍ୟକୁ ଆଦରି ପଡ଼ିଛନ୍ତି । ସ୍ତ୍ରୀର ଦେଖାଶୁଣା ସବୁ ସ୍ୱାମୀ କରୁଥିବାବେଳେ ଅବିବାହତ ଝିଆ ଯାହା କେତେବେଳେ ୨ ପଇସା ମଜୂରୀ କରି ଆଣେ ସେଥିରେ ତେଲ ଲୁଣ କରି କଷ୍ଟରେ ବଞ୍ଚୁଛନ୍ତି । ସ୍ୱାସ୍ଥ୍ୟ ସେବା ପାଇଁ ଅନେକ ଯୋଜନା ଥିଲେ ବି ତାହାର ସୁଫଳ ଫୁଲକୁ ମିଳୁନଥିବା ବେଳେ ସ୍ୱାସ୍ଥ୍ୟ ସେବା ସହ ଭତ୍ତା ଯୋଗେଇ ଦେବାକୁ ଫୁଲ କାନ୍ଦିକାନ୍ଦି ଜଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking