25.1 C
Bhubaneswar
Thursday, April 30, 2026
Homeଦେଶ ବିଦେଶବଡ଼ ଭଉଣୀକୁ ଅଧିକ ଭଲପାଉଥିବାରୁ ମା’କୁ ହତ୍ୟା କଲା ଝିଅ

ବଡ଼ ଭଉଣୀକୁ ଅଧିକ ଭଲପାଉଥିବାରୁ ମା’କୁ ହତ୍ୟା କଲା ଝିଅ

ମୁମ୍ବାଇ: ସବୁବେଳେ ବଡ଼ ଭଉଣୀକୁ ସମର୍ଥନ କରିବା ସହ ଅଧିକ ଭଲପାଉଥିବାରୁ ନିଜ ଜନ୍ମକଲା ମା’କୁ ହତ୍ୟା କଲା ଝିଅ। ମୁମ୍ବାଇର କୁର୍ଲାରେ ଥିବା କୁରେଶୀ ନଗର ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଅଭିଯୁକ୍ତର ନାମ ରେଶମା ମୁଜାଫର କାଜି(୪୧) ହୋଇଥିବା ବେଳେ ମୃତକଙ୍କ ନାମ ସବିରା ବାନୋ ଅଜଗର ଶେଖ(୬୨) ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ମୁମ୍ବ୍ରାରେ ତାଙ୍କ ପୁଅ ସହିତ ରହୁଥିବା ସବିରା ବାନୋ, ଗୁରୁବାର ରାତିରେ ରେଶମାଙ୍କୁ କୁରେଶୀ ନଗରସ୍ଥିତ ତାଙ୍କ ବାସଭବନକୁ ଭେଟିବାକୁ ଆସିଥିଲେ। ଏହି ସମୟରେ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ପୁଲିସର କହିବା ଅନୁଯାୟୀ, ବିବାଦ ଶୀଘ୍ର ବଢ଼ିବା ପରେ ବଡ଼ ଭଉଣୀକୁ ସବୁବେଳେ ସମର୍ଥନ କରୁଛ ଓ ତାଙ୍କୁ ଭଲପାଉଛ ବୋଲି କହିଥିଲେ ରେଶମା। ପକ୍ଷପାତିତାର ଆରୋପ ଲଗାଇ ଝଗଡ଼ା କରିଥିଲେ ରେଶମା। ଏଥିରେ ରାଗିଯାଇ ସବିରା ତାଙ୍କୁ ଜବାବ ଦେବାରୁ ରେଶମା ରୋଷେଇ ଘରୁ ଏକ ଛୁରୀ ଆଣି ତାଙ୍କ ମାଆଙ୍କୁ ଭୁସି ହତ୍ୟା କରିଥିଲେ। ଏହା ପରେ ସେ ଫେରାର ନହୋଇ ଚୂନାଭାଟ୍ଟୀ ପୁଲିସ ଷ୍ଟେସନରେ ପହଞ୍ଚିଥିଲେ। ମୁଁ ମା’ଙ୍କୁ ହତ୍ୟା କରିଛି ବୋଲି ସେଠାରେ ସ୍ୱୀକାର କରିବା ପରେ ପୁଲିସ ରେଶମାଙ୍କ ଘରେ ପହଞ୍ଚିଥିଲା। ଏବେ ପୁଲିସ ଶବ ବ୍ୟବଚ୍ଛେଦ କରି ରେଶମାଙ୍କୁ କଷ୍ଟଡିକୁ ନେଇଥିବା ଜଣାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking