34.1 C
Bhubaneswar
Thursday, April 30, 2026
Homeଅପରାଧଯୁବତୀଙ୍କୁ ଧୋକାଦେଇ ବନ୍ଧା ହେଲେ ସିଆର୍‌ପିଏଫ୍ ଯବାନ

ଯୁବତୀଙ୍କୁ ଧୋକାଦେଇ ବନ୍ଧା ହେଲେ ସିଆର୍‌ପିଏଫ୍ ଯବାନ

ଦିଗପହଣ୍ଡି: ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗରେ ଦକ୍ଷିଣପୁର ଗ୍ରାମର ସିଆର୍‌ପିଏଫ୍ ଯବାନ ଜି.ଆୟାଦି ରେଡ୍ଡୀଙ୍କୁ ପୁଲିସ ବୁଧବାର ଗିରଫ କରିଛି । ତଦନ୍ତକାରୀ ଅଧିକାରୀ ଏସ୍ଆଇ ସୋଫିଆ ମିଶ୍ର ଏମ୍‌କେସିଜିରେ ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରାଇବା ପରେ କୋର୍ଟ ଚାଲାଣ କରିଛନ୍ତି । ଜାମିନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍‌ଜେଲକୁ ପଠାଇ ଦିଆଯାଇଛି । ୨୦୦୩ ମସିହାରେ ଜି. ଆୟାଦି ପୀଡ଼ିତାଙ୍କ ସଂସ୍ପର୍ଶରେ ଆସିଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଥିଲା । ଉଭୟେ ବିବାହ ପାଇଁ ନିଷ୍ପତ୍ତି ନେଇ ବୁଲାବୁଲି କରୁଥିଲେ ଏବଂ ସମୟ ବିତାଉଥିଲେ । ୨୦୧୦ ଜାନୁଆରୀ ୨୬ରେ ଆୟାଦି ଯୁବତୀଙ୍କ ଘରକୁ ଯାଇଥିଲେ । ଘରେ କେହି ନଥିବା ବେଳେ ସେ ରାତ୍ରୀଯାପନ କରିଥିଲେ । ୨୦୧୬ ଏପ୍ରିଲ ୨୫ରେ ଆୟାଦି ଯୁବତୀଙ୍କୁ ତାଙ୍କର ଅନ୍ୟ ଗୋଟିଏ ଘରେ ସାକ୍ଷାତ କରି ଶାରୀରିକ ସମ୍ପର୍କ ରଖିଥିଲେ । ବିବାହ ପ୍ରତିଶ୍ରୁତି ଦେଇ ରୀତିମତ ଯୁବତୀଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗ କରିଛନ୍ତି ପୀଡ଼ିତା । ପରେ ଆୟାଦି ସମସ୍ତ ସମ୍ପର୍କ ଚ୍ଛିନ୍ନ କରି ଅନ୍ୟତ୍ର ବିବାହ କରିଥିଲେ । ବିବାହ ପରେ ମଧ୍ୟ ପୀଡ଼ିତାଙ୍କୁ ବିଭିନ୍ନ ସ୍ଥାନକୁ ଡାକି ଭୟଭୀତ କରି ବଳାତ୍କାର କରିଥିଲେ । ୨୦୨୫ ଡିସେମ୍ବର ୧୦ରେ ଆୟାଦି ପୀଡ଼ିତାଙ୍କୁ ଫୋନ୍ ଗାଳି କରିଥିଲେ । ବିବାହ କଥା ପଚାରିବାରୁ ଆୟାଦି ପ୍ରତ୍ୟାଖ୍ୟାନ କରିଥିଲେ । ଆୟାଦିଙ୍କ ପତ୍ନୀ ମଧ୍ୟ ପୀଡ଼ିତାଙ୍କୁ ଗାଳି କରିଥିବା ସେ ଅଭିଯୋଗ କରିଛନ୍ତି । ସମ୍ପର୍କ ରଖିବାକୁ ଚେଷ୍ଟା କଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ବୋଲି ପୀଡ଼ିତା ତାଙ୍କ ଏତଲାରେ ଦର୍ଶାଇଛନ୍ତି । ଏତଲା ଆଧାରରେ ଆଇଆଇସି କିଶୋର କୁମାର ସାମଲ ମକଦ୍ଦମା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking