28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗକିରୋସିନ ଢାଳି ମହିଳାଙ୍କ ଆତ୍ମହତ୍ୟା

କିରୋସିନ ଢାଳି ମହିଳାଙ୍କ ଆତ୍ମହତ୍ୟା

ମୟୂରଭଞ୍ଜ: ପାରିବାରିକ ମନମାଳିନ୍ୟ ହେଲା କାଳ। ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ ମହିଳା। ନିଜେ ନିଜ ଦେହରେ କିରୋସିନୀ ଢାଳି ନିଜକୁ ଜାଳି ଆତ୍ମହତ୍ୟା କରିଛନ୍ତି ମହିଳା। ଏଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ବାବନଘାଟୀ ଉପଖଣ୍ଡ ହାଟବାଦଡାରେ। ଜଣେ ମହିଳା ନିଜ ଦେହରେ କିରୋସିନ ଢାଳି ସମ୍ପୁର୍ଣ୍ଣ ଭଷ୍ମିଭୁତ ହୋଇଯାଇଛନ୍ତି। ସୁଚନା ଅନୁଯାଇ ଗାଧୁଆ ଘରେ ନିଜ ଦେହରେ କିରୋସିନ ଢାଳି ନିଜକୁ ଜାଳି ଦେଇଛନ୍ତି। ତେବେ ଆଜକୁ ୧୧ ବର୍ଷ ପୂର୍ବେ ପୋଡଶୀ ରାଜ୍ୟ ଝାଡ଼ଖଣ୍ଡରୁ ପଦ୍ମିନୀ ସାହୁଙ୍କୁ ବୈଦିକ ରିତିରେ ବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛି। କୈlଣସି କାରଣରୁ ସୃଷ୍ଟି ହୋଇଥିବା ଘରୋଇ ଝଗଡ଼ାକୁ କେନ୍ଦ୍ରକରି ମାନସିକ ଭାରସାମ୍ୟ ହରାଇ କିରୋସିନ ଢାଳି ଆତ୍ମହତ୍ୟା କରିଛନ୍ତି। ତାଙ୍କ ସ୍ୱାମୀ କିଛି ଘରୋଇ ଜିନିଷ କିଣିବାକୁ ଟାଟା ଯାଇ ଘରକୁ ଫେରି ଏହି ଅଭାବନୀୟ ଘଟଣା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଘଟଣା ସମ୍ପର୍କରେ ଖବରପାଇ ରାଇରଙ୍ଗପୁର S.D.P.O ସ୍ନେହାଷି ସାହୁ ,ରୁଲାର ଥାନା IIC ପଦ୍ମଲୋଚନ ପାଣିଗ୍ରାହୀ ,ହାଟବାଦଡା ଫାଣ୍ଡି ଅଧିକାରୀ ଶ୍ରୀ ବରୁଣ କୁମାର ଗିରି ସାଇଣ୍ଟିଫିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ମୃତଦେହକୁ ଜବତ କରି U.D.cas No 25/2020 ରୁଜୁ କରିବା ସହିତ ବ୍ୟବଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking