28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶପ୍ରିୟଙ୍କା- ରାହୁଲ ଗାନ୍ଧୀଙ୍କୁ ପୋଲିସ ର ଦୁର୍ବ୍ୟବହାର

ପ୍ରିୟଙ୍କା- ରାହୁଲ ଗାନ୍ଧୀଙ୍କୁ ପୋଲିସ ର ଦୁର୍ବ୍ୟବହାର

ନୂଆଦିଲ୍ଲୀ : ହାଥରସ ଗଣଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଆଜି ସାରା ଦେଶରେ ସ୍ୱର ଉଠିଛି । ଏହାରି ମଧ୍ୟରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ ପଦଯାତ୍ରାରେ ହାଥରସ ଅଭିମୁଖେ ବାହାରିଥିଲେ । ଯମୁନା ଗ୍ରେଟର ନୋଏଡା ଏକ୍ସପ୍ରେସ ୱେରେ ରାହୁଲ ଓ ପ୍ରିୟଙ୍କାଙ୍କୁ ପୋଲିସ ଅଟକାଇଥିଲା । ଜିଲ୍ଲାରେ ୧୪୪ ଧାରା ଜାରି ହୋଇଥିବାରୁ ହାଥରସ ସୀମାରେ ରାହୁଲ ଓ ପ୍ରିୟଙ୍କାଙ୍କୁ ପୋଲିସ ଅଟକାଇଥିବା ସୂଚନା ମିଳିଛି । ହାଥରସ ଜିଲ୍ଲାର ସବୁ ଜିଲ୍ଲାକୁ ପ୍ରଶାସନ ସିଲ୍ କରିଛି ।

ତେବେ ପଦଯାତ୍ରାରେ ଯାଉଥିବା ବେଳେ ପୋଲିସ ସହ ଠେଲାପେଲା ବେଳେ ରାହୁଲ ତଳେ ପଡିଯାଇଥିଲେ । ମୋତେ କେହି ଅଟକାଇ ପାରିବେ ନାହିଁ ବୋଲି ରାହୁଲ କହିଥିଲେ । ଧସ୍ତାଧସ୍ତି ପରେ ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଅଟକ ରଖିଛି ପୋଲିସ ।

ରାହୁଲଙ୍କୁ ଅଟକ ରଖିବା ନେଇ ଉତ୍ତରପ୍ରଦେଶ ପୋଲିସ ଅଧିକାରୀ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତିି । ସେ କହିଛନ୍ତି ଯେ, ‘ ଆଇନଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ଆଗକୁ ଯିବାକୁ ଅନୁମତି ଦିଆଯାଇନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking