32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗବନବାସୀଙ୍କ ଘର ପୋଡ଼ିଦେଲେ ଜଙ୍ଗଲ ସୁରକ୍ଷା ସମିତି; ଥାନାରେ ଅଭିଯୋଗ

ବନବାସୀଙ୍କ ଘର ପୋଡ଼ିଦେଲେ ଜଙ୍ଗଲ ସୁରକ୍ଷା ସମିତି; ଥାନାରେ ଅଭିଯୋଗ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ସର୍ଗିଗୁଡା ଦାବ୍ରିଗୁଡା ସାହାଜଖୋଲ ଜଙ୍ଗଲ ଭିତରେ ଥିବା ପୋଲକା ଜଂଗଲ ରେ ରହୁଥିବା ୫ ବନବାସୀଙ୍କ ଘରକୁ କେହି ଦୃବୃର୍ତ୍ତ ପୋଡ଼ି ଦେଇଥିବା ଆମପାଣି ଥାନା ରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ବଡପୋଡାଗୁଡା ପଞ୍ଚାୟତର ୬ ପରିବାର ଓ ନବରଙ୍ଗପୁର ଜିଲ୍ଲା ଚନ୍ଦ୍ରପୁର ଗାଁ ର ୫ ପରିବାର ଦିର୍ଘ ୫ ବର୍ଷ ପାଖାପାଖି ହେବ ସେଠାରେ ବସବାସ କରି ଆସିବା ସହ ମକାଚାଷ କରି ପରିବାର ପ୍ରତି ପୋଷଣ କରିଆସୁଛନ୍ତି। ହେଲେ ଗତକାଲି ଅପରାହ୍ନ ସମୟରେ କିଛି ଦୃବୃର୍ତ୍ତ ସେଠାରେ ପହଞ୍ଚି ଘରକୁ ଜାଲି ଦେଇଥିବା ଅଭିଯୋଗ ହୋଇଛି। ଘର ପୋଡି ଯିବା ପରେ ୫ ପରିବାର ବେଘର ହୋଇ ଖୋଲା ଆକାଶ ତଳେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି। ନିଆଁରେ ପୋଡ଼ି ଚାଉଳ ଟଙ୍କା ଲୁଗାପଟା ଓ ଜରୁରୀ କାଗଜପତ୍ର ପୋଡ଼ି ଯାଇଥିବା ରୁ ପାଞ୍ଚ ପରିବାର ଏବେ ବେସାହାରା ହୋଇ ପଡିରହିଛନ୍ତି। ଅଭିଯୋଗ ପରେ ଆମପାଣି ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରି ଥିବା ଜଣାପଡିଛି ଅନ୍ୟପଟେ ଘରପୋଡ଼ି ଥିବା ଲୋକେ ବନବିଭାଗର ନିର୍ଦ୍ଦେଶରେ ଜଙ୍ଗଲ ସୂରକ୍ଷା କମିଟି ଘର ପୋଡ଼ି ଥିବା ସନ୍ଦେହ କରୁଥିବା ବେଳେ ଜଙ୍ଗଳ ସୂରକ୍ଷା କମିଟି ସଭାପତି ସିଧାସଳଖ ଅଭିଯୋଗ କୁ ଖଣ୍ଡନ କରିଛନ୍ତି ତେବେ ଏହି ବିପନ୍ନ ପରିବାର ପ୍ରଶାସନ ନିକଟରେ ସହାୟତା କରିବାକୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking