କଟକ: କଟକ ପୋତାପୋଖରୀ ଗାନ୍ଧିପଲ୍ଲୀ ଅଞ୍ଚଳରେ ହତ୍ୟାକାଣ୍ଡ ଘଟିଛି । ଘର ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ଏହାସହ ସିଆରଆରଆଇ ଥାନା ପୋଲିସ ପହଞ୍ଚି ଛାନଭିନ କରୁଛି । ପଡୋଶୀ ହତ୍ୟା କରି ଫେରାର ହୋଇଥିବା ଜଣାପଡିଛି । ଏନେଇ ପୋଲିସର ସନ୍ଦେହ ଆହୁରି ବଢିଯାଇଛି ।