21.1 C
Bhubaneswar
Thursday, November 19, 2026
Homeଓଡିଶାଆଜିଠୁ ଶୀତ ଅଧିବେଶନ: ସରକାରଙ୍କୁ ଘେରିବେ ବିରୋଧୀ

ଆଜିଠୁ ଶୀତ ଅଧିବେଶନ: ସରକାରଙ୍କୁ ଘେରିବେ ବିରୋଧୀ

ଭୁବନେଶ୍ୱର: ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ । ପ୍ରଥମ ଦିନରୁ ହିଁ ସରଗରମ ହୋଇପାରେ ଗୃହ । ବାତ୍ୟା ଓ ବନ୍ୟା ପରିଚାଳନାରେ ସରକାରଙ୍କ ବିଫଳତା ଉପରେ ସ୍ୱତନ୍ତ୍ର ଆଲୋଚନା ପାଇଁ ବିଜେଡି ମୋସନ ଦେଇଛି । ଏହାସହ ଏମଏମଡିଆର ପ୍ରସଙ୍ଗ, ଭତ୍ତା, କୋଟିଆ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଧାନ ପଞ୍ଜିକରଣ , ମହାନଦୀ ଜଳ ବିବାଦ, ଚାଷୀ ମାରଣ ନୀତି, ବେକାରୀ, ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସରକାର ଫେଲ ଆଦି ପ୍ରସଙ୍ଗରେ ସରକାରଙ୍କୁ ଘରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିଜେଡି ଓ କଂଗ୍ରେସ । ଅନ୍ୟପଟେ ବିରୋଧୀଙ୍କୁ କାଉଣ୍ଟର କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ଶାସକ ଦଳ । ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ । ପ୍ରଶ୍ନକାଳରେ କୃଷି କୃଷକ ଶସକ୍ତିକରଣ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ , ମତ୍ସ୍ୟ ଓ ୁପ୍ରାଣୀ ସମ୍ପଦ , ସମବାୟ, ଶକ୍ତି, ବୟନ ଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ , ଏମଏସଏମଇ , ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି । ଶୀତ ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ ଥିବାରୁ ଲମ୍ବା ସମୟର ଅଧିବେଶନ ବେଶ ଉଷ୍ମ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking