20.1 C
Bhubaneswar
Thursday, January 23, 2025
Homeଅପରାଧପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ପତ୍ନୀଙ୍କ ଦୁଷ୍କର୍ମ ଅଭିଯୋଗ

ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ପତ୍ନୀଙ୍କ ଦୁଷ୍କର୍ମ ଅଭିଯୋଗ

ଭୋପାଳ: ମଧ୍ୟପ୍ରଦେଶର କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଉମଙ୍ଗ ସିଂଘରଙ୍କ ବିରୋଧରେ ତାଙ୍କ ପତ୍ନୀ ଦୁଷ୍କର୍ମ ଏବଂ ପାରିବାରିକ ହିଂସା ଅଭିଯୋଗ ଆଣିଛନ୍ତି । ପତ୍ନୀଙ୍କ ଏତଲାକୁ ଆଧାର କରି ପୁଲିସ ଉମଙ୍ଗଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜଣାପଡିଛି । ଅତୀତରେ ଉମଙ୍ଗ୍ ତାଙ୍କର ବ୍ୟକ୍ତିଗତ ସହାୟିକା ସୋନିଆ ଭରଦ୍ୱାଜ୍‌ଙ୍କ ସହ ଲିଭ୍‌-ଇନ୍‌ରେ ରହୁଥିବାବେଳେ କୌଣସି କାରଣରୁ ସୋନିଆ ଆତ୍ମହତ୍ୟା କରିଥିବାବେଳେ ବର୍ଷକ ପୂର୍ବେ ଉମଙ୍ଗ୍‌ଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଥିଲା ।

ଅପରପକ୍ଷରେ ଉମଙ୍ଗ କହିଛନ୍ତି ଯେ ତାଙ୍କ ପତ୍ନୀ ସବୁବେଳେ ତାଙ୍କୁ ବ୍ଲାକ୍‌ମେଲ୍ କରୁଛନ୍ତି । ୧୦ କୋଟି ଟଙ୍କା ନଦେଲେ, ଦୁଷ୍କର୍ମ ଓ ପାରିବାରିକ ମାମଲା ଦାଏର କରିବେ ବୋଲି ପତ୍ନୀ ଧମକ ଦେଉଥିବା ଉମଙ୍ଗ ନିଜ ସଫେଇରେ କହିଛନ୍ତି । ପୁଲିସ ସୂତ୍ର ଅନୁଯାୟୀ ଉମଙ୍ଗଙ୍କର ଏକାଧିକ ମହିଳାଙ୍କ ସହ ସମ୍ପର୍କ ଥିବାବେଳେ ସେ ଏକାଧିକ ବିବାହ ମଧ୍ୟ କରିଛନ୍ତି । ତିନିଥର ବିଧାୟକ ହୋଇଥିବା ଉମଙ୍ଗ ହେଉଛନ୍ତିି ଜଣେ ଟାଣୁଆ ଆଦିବାସୀ ନେତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଯମୁନା ଦେବୀଙ୍କ ପୁତୁରା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking