29.1 C
Bhubaneswar
Saturday, July 27, 2024
Homeଅପରାଧପତ୍ନୀ ହତ୍ୟାକାରୀକୁ ଆଜୀବନ ଜେଲ

ପତ୍ନୀ ହତ୍ୟାକାରୀକୁ ଆଜୀବନ ଜେଲ

ଭବାନୀପାଟଣା: ପତ୍ନୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ । ନିଜ ସ୍ତ୍ରୀକୁ ଯୌତୁକ ନିର୍ଯାତନା ଦେଇ ହତ୍ୟା ମାମଲାର ଗତକାଲି ଶୁଣାଣି କରିଛନ୍ତି କୋର୍ଟ । ଅଭିଯୁକ୍ତ ସ୍ୱାମୀକୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି । ପତ୍ନୀ ହତ୍ୟା ଅଭିଯୋଗରେ କଳାହାଣ୍ଡି ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ଅଦାଲତ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ, ଗତ ୨୦୧୮ ମସିହା ସେପ୍େଟମ୍ବର ୨ ତାରିଖରେ କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅର୍ନ୍ତଗତ ନୂଆ ଗାଁର ଦୁର୍ଜନ ସୁନାନୀ ତାଙ୍କ ସ୍ତ୍ରୀ ଦେବକୀ ରାଉତଙ୍କୁ ଯୌତୁକ ପାଇଁ ଦଉଡ଼ିରେ ତଣ୍ଟି ଚିପି ହତ୍ୟା କରିଥିଲା । ବିବାହ ଦିନ ଠାରୁ ଦୁର୍ଜନ ସ୍ତ୍ରୀ ଦେବକୀଙ୍କୁ ଯୌତୁକକୁ ପାଇଁ ନିର୍ଯାତନା ଦେଇ ଆସୁଥିଲେ । ମାଡ଼ ମାରିବା ସହ ଘରୁ ବାହାରକୁ ବାହାର କରି ଦେଉଥିଲେ ।

ହେଲେ ଦେବକୀ ନିଜ ବାପା ଓ କାକାଙ୍କୁ ଜଣାଇଥିଲେ । ପରେ ଉଭୟ ପରିବାର ବୁଝାସୁଝା କରିଥିଲେ । ହେଲେ କିଛି ଦିନ ପରେ ପୁଣି ଥରେ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ ଦୁର୍ଜନ । ଶେଷରେ ୨୦୧୮ ମସିହା ସେପ୍ଟେମ୍ବର ୨ ତାରିଖରେ ଦେବକୀଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିଲା ସ୍ୱାମୀ ଦୁର୍ଜନ । ଏହି ଘଟଣା ନେଇ ଦେବକୀର କାକା କୁବେର ରାଉତ ଆମପାଣି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଆମପାଣି ପୋଲିସ ଏନେଇ ଏକ ମାମଲା ରୁଜୁ କରିଥିଲା ।

ଘଟଣା ସ୍ଥଳରୁ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପୋଲିସ ଏକ ମାମାଲା ରୁଜୁ କରି ଅଭିଯୁକ୍ତ ଦୁର୍ଜନ ସୁନାନୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗତକାଲି ଉକ୍ତ ମାମଲାର ବିଚାର କରି ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅତିରିକ୍ତ ଜିଲ୍ଲା ଦୌରାଜଜ ବିଚାପତି ସୁରେଶ ଚନ୍ଦ୍ର ପ୍ରଧାନ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହା ସହ ଧାରା ୩୦୨ ଅନୁସାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଥିଲେ । ସରକାରଙ୍କ ପକ୍ଷରୁ ଓକିଲ ପୂର୍ଣ୍ଣଚନ୍ଦ୍ର ନାଗ ଏହି ମାମଲା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking