ନୂଆଦିଲ୍ଲୀ : ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥ ମନ୍ତ୍ରାଳୟ ଟିମ୍ । ବଜେଟ୍ ଉପସ୍ଥାପନ ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ । ଦିନ ୧୧ଟାରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ପରମ୍ପରା ଅନୁଯାୟୀ ସଂସଦରେ କେନ୍ଦ୍ର ବଜେଟ୍ ୨୦୨୪ ଉପସ୍ଥାପନ କରିବା ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ। ରାଷ୍ଟ୍ରପତି ଅର୍ଥମନ୍ତ୍ରୀଙ୍କୁ ‘ଦହି ଏବଂ ଚିନି’ ଖାଇବାକୁ ଦେଇଥିଲେ ଯାହା ଶୁଭକାମନା ପାଇଁ ପ୍ରତୀକ ଅଟେ । ଅର୍ଥମନ୍ତ୍ରୀ ଏବଂ ତାଙ୍କ ଦଳ ବଜେଟର ବ୍ୟବସ୍ଥା ବିଷୟରେ ରାଷ୍ଟ୍ରପତିଙ୍କୁ ସୂଚନା ଦେଇଛନ୍ତି।