37.1 C
Bhubaneswar
Saturday, May 18, 2024
Homeଓଡିଶାଟିକାକରଣ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା; ନାହିଁ ସାମାଜିକ ଦୂରତା, ସଂକ୍ରମଣ ଭୟ

ଟିକାକରଣ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା; ନାହିଁ ସାମାଜିକ ଦୂରତା, ସଂକ୍ରମଣ ଭୟ

ରାଜକିଶୋରନଗର : ଅନୁଗୁଳ ଜିଲ୍ଲା କିଶୋରନଗର ଉଚ୍ଚ ବିଦ୍ୟାଳୟଠାରେ କରୋନା ଟିକାକରଣ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହେଉଥିବାବେଳେ ଲୋକେ ସାମାଜିକ ଦୂରତା ରକ୍ଷା କରୁନାହାନ୍ତି । ଫଳରେ ସଂକ୍ରମଣ ଭୟକୁ ଏଡ଼ା ଦିଆଯାଇ ନପାରେ । ସରକାରଙ୍କ ପକ୍ଷରୁୁ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ଲୋକେ ନିୟମ ମାନୁନାହାନ୍ତି । ବିଶେଷକରି ଗ୍ରାମାଞ୍ଚଳରେ କେତେକ ଅମାନିଆଙ୍କ ଯୋଗୁଁ ସଂକ୍ରମଣ ବଢ଼ିବାରେ ଲାଗିଛି । ଅପରପକ୍ଷରେ ବହୁ ବରିଷ୍ଠ ନାଗରିକ, ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ସକାଳୁ ଧାଡିରେ ଛିଡା ହୋଇ ଟିକା ନପାଇ ନିରାଶ ହୋଇ ଫେରୁଛନ୍ତି ।

ପ୍ରଶାସନିକ ଅଧିକାରୀ କିମ୍ବା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଦାୟିତ୍ୱରେ ଅବହେଳା ଯୋଗୁଁ ବାରମ୍ବାର ଏଭଳି ଅବ୍ୟବସ୍ଥା ହେଉଥିବା ଅଭିଯୋଗ ହୋଇଆସୁଛି । ଶୃଙ୍ଖଳିତ ଟିକା ଦାନ ପାଇଁ କୌଣସି ଯୋଜନା କିମ୍ବା ବ୍ୟବସ୍ଥା ହେଉନଥିବା ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଏଥିପ୍ରତି ଅଣଦେଖା କରାଯାଉଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଦାୟିତ୍ୱରେ ଥିବା କର୍ମଚାରୀ ଓ ପୁଲିସ କର୍ମଚାରୀ ନିର୍ଦ୍ଧାରିତ ସମୟ ପରିବର୍ତ୍ତେ ବିଳମ୍ବରେ ଆସି କ୍ରମିକ ସଂଖ୍ୟା ଅନୁସାରେ ଚିଠା କରୁଛନ୍ତି । ଚିଠା ପ୍ରସ୍ତୁତିରେ ଅନିୟମିତତା ହେଉଥବା ନେଇ ଅସନ୍ତୋଷ ଦେଖାଦେଉଛି । ସମାଳୁ ଆସି ଧାଡ଼ିରେ ଛିଡ଼ା ହୋଇଥିବା ଲୋକ ଚିଠା ନପାଇ ଫେରୁଥିବାବେଳେ ପଛରେ ଆସୁଥିବା ଲୋକ ଚିଠା ନେଇ ଟିକା ପାଉଥିବା ଅଭିଯୋଗ ହେଉଛି । ଆବଶ୍ୟକତା ଅନୁସାରେ ଟିକା ଯୋଗାଣ ହେଉନାହିଁ ।

ଅନଲାଇନରେ ବୁକିଂ କରି ସ୍ଲଟ ପାଇବା ପରେ ମଧ୍ୟ ଟିକା ନପାଇ ଫେରୁଥିବା ଦେଖାଯାଉଛି । ପ୍ରଶାସନିକସ୍ତରରେ ଶୃଙ୍ଖଳିତ ଟିକାଦାନ ପାଇଁ ଉଦ୍ୟମ କରାଯିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି । କିଶୋରନଗର ଉଚ୍ଚ ବିଦ୍ୟାଳୟ ଟିକାକରଣ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ଅଭିଯୋଗ ହେବା ପରେ କିଶୋରନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ୟାମଳ କୁମାର ରାୟ ସୋମବାର କେନ୍ଦ୍ର ପରିଦର୍ଶନ କରିଥିବା ଜଣାପଡିଛି । ତେବେ ଟିକାକରଣ କେନ୍ଦ୍ରରେ କର୍ମଚାରୀଙ୍କ ପାଇଁ ଫ୍ୟାନ୍ ନଥିବାବେଳେ ପିଇବା ପାଣିର ବ୍ୟବସ୍ଥା କରାଯାଇ ନଥିବାରୁ ଶ୍ରୀ ରାୟ କ୍ଷୋଭ ପ୍ରକାଶ କରିଥିଲେ । ପାଣିପାଇଁ ଟ୍ୟାଙ୍କର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସୋମବାର ଅନଲାଇନରେ ସ୍ଲଟ ବୁକ୍ କରିଥିବା ଶହେ ଜଣ ଓ ଧାଡିରେ ଛିଡା ହୋଇଥିବା ଶହେ ଲୋକଙ୍କୁ ଟିକା ପ୍ରଦାନ କରାଯିବାକୁ ବନ୍ଦୋବସ୍ତ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଟିକାକରଣ କାର୍ଯ୍ୟରେ ବିଳମ୍ବ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଆଗାମୀ ଦିନରେ ଶୃଙ୍ଖଳିତଭାବେ ଟିକାଦାନ କିଭଳି ହୋଇପାରିବ ସେଥିପ୍ରତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking