29.1 C
Bhubaneswar
Sunday, May 19, 2024
Homeଓଡିଶାନିୟମଗିରିରେ ପ୍ରଥମ ଥର ୧୪୩ ନେଲେ ଟିକା

ନିୟମଗିରିରେ ପ୍ରଥମ ଥର ୧୪୩ ନେଲେ ଟିକା

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ ଡଙ୍ଗରିଆ କନ୍ଧଙ୍କୁ କୋଭିଡ ଟିକା ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି । ବିଷମ କଟକ ବ୍ଲକ୍ ଓ କୁର୍ଲ୍ଲୀ ପଞ୍ଚାୟତ ନିୟମିଗିରି ଅଞ୍ଚଳରେ କରୋନା କାୟା ବିସ୍ତାର କରିବା ପରେ ଜିଲ୍ଲା ପ୍ରଶାସନର ଚେତା ପଶିଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ କୁର୍ଲ୍ଲୀ ପଞ୍ଚାୟତରେ ପ୍ରଥମ ଥର ଟିକାକରଣ ଆରମ୍ଭ ହୋଇଛି । ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ମଙ୍ଗଳବାର ଟିକାକରଣ କାର୍ଯ୍ୟକ୍ରମ କରାଯାଇଛି । ଚାଟିକୋଣା ଡଙ୍ଗରିଆ ଉନ୍ନୟନ ସଂସ୍ଥା ଓ ବ୍ଲକ୍ ପ୍ରଶାସନ ଉପସ୍ଥିତରେ କୁର୍ଲ୍ଲୀ ପଞ୍ଚାୟତ ଅଧିନରେ ଥିବା ହୁଣ୍ଡିଝାଲି, ମୁଣ୍ଡ୍ୱଲୀ, ରଢାଗାଁ, ଘରତଲୀ ଗାଁରେ ଟିକାକରଣ କେନ୍ଦ୍ରରେ ଟିକାକରଣ ଆୟୋଜନ କାରାଯାଇଥିଲା ।

ଏଥିରେ ୨୦୦ ଜଣ ବିରଳ ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ପାଇଁ ଟିକାକରଣର ବ୍ୟବସ୍ଥା କାରଯାଇଥିବା ବେଳେ ୧୪୩ ଟିକା ନେଇଥିବା ସୂଚନା ମିଳିଛି । କୋଭିଡ୍ ଟିକାକରଣ ପାଇଁ ୩ଟି ଟିମ୍ ଗଠନ କରାଯାଇଛି । ଡଙ୍ଗରିଆ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଢ଼ୀ ଓ ବିଷମ କଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଲବର୍ଟ ଲାକଡ଼ା ମିଳିତ ଭାବେ ସ୍ୱାସ୍ଥ୍ୟବିଭାଗର ୩ଟି ଟିମ୍‌କୁ ନେଇ ଗ୍ରାମର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ । ଏଠାରେ ପହଞ୍ଚିବା ପରେ ଟିକାକରଣ ଆରମ୍ଭ କରିଥିଲେ । ଡଙ୍ଗରିଆ ଉନ୍ନୟନ ସଂସ୍ଥାର ସମସ୍ତ ଟିମ୍ ପକ୍ଷରୁ ଆଖପାଖ ଅଞ୍ଚଳର ଡଙ୍ଗରିଆଙ୍କ ଘରକୁ ଯାଇ ଲୋକଙ୍କୁ ବୁଝାସୁଝା କରି ଟିକା ଦେଇଥିଲେ ।

ଯେଉଁ ଅଞ୍ଚଳକୁ ଯିବା ସମ୍ଭବପର ହୋଇନଥିଲା ସେହି ଗାଁର ଲୋକଙ୍କୁ ମୋଟରସାଇକେଲରେ ଆଣି ଟିକା କେନ୍ଦ୍ରରେ ପହଞ୍ଚାଇବା ସହ ଟିକା ଦେବା ପରେ ସେମାନଙ୍କୁ ନିଜ ଘରେ ପହଞ୍ଚାଇବା ବ୍ୟବସ୍ଥା ମଧ୍ୟ କରିଥିଲେ । ରଢାଗାଁରେ ୪୪ , ହୁଣ୍ଡିଜାଲିରେ ୪୪, ମୁଣ୍ଡାବଲିରେ ୩୩ ଓ ଘରତଲିରେ ୨୨ ଜଣଙ୍କୁ ଟିକା ଦିଆଯାଇଛି । ଡଙ୍ଗରିଆମାନେ ପହଞ୍ଚିବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଟିକା ଦିଆଯାଇଥିଲା । ଟିକା ଦେବା ପରେ ୩୦ ମିନିଟ୍ ବିଶ୍ରାମପାଇଁ କୁହାଯାଇଥିଲା । ସ୍ୱାସ୍ଥ୍ୟକର୍ମୀ କୁମାରୀ କୌଶଲ୍ୟା, ଜିତୁ ଜାକାସିକା, ସୁରେଶ ୱାର୍ଡକା, ନବଘନ ୱାଡେକା, ସ୍ୱରୂପ ପଟ୍ଟନାୟକ, ତପନ କୁମାର ନାୟକ, ଗୋବର୍ଦ୍ଧନ ୱଡେକା, ଏଏନ୍‌ଏମ୍ ଲବିକା ଶବର, କୁନ୍ତଳା ଟାକ୍ରି ଓ ବହୁ ସ୍ୱାସ୍ଥ୍ୟ କର୍ମୀ ଉପସ୍ଥିତ ରହି ଡଙ୍ଗରିଆମାନଙ୍କ ପାଖରେ ରହି ସ୍ଥିତି ଅନୁଧ୍ୟାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking