29.1 C
Bhubaneswar
Sunday, May 19, 2024
Homeବ୍ରେକୀଙ୍ଗକଣ ପାଇଁ ପାଳନ କରାଯାଏ ଖ୍ରୀଷ୍ଟମାସ

କଣ ପାଇଁ ପାଳନ କରାଯାଏ ଖ୍ରୀଷ୍ଟମାସ

ଭୁବନେଶ୍ୱର: ଡିସେମ୍ବର ୨୫ ତାରିଖକୁ ସମଗ୍ର ଦେଶରେ ବଡ ଦିନ ରୂପରେ ପାଳନ କରାଯାଏ । ସେହି ଦିନ ପ୍ରଭୁ ଯୀଶୁ ଧରାବତରଣ କରିଥିଲେ । ତାହେଲେ ଏହି ଖ୍ରୀଷ୍ଟମାସ କାହିଁକି ପାଳନ କରାଯାଏ । କଣ ପାଇଁ ଏହାର ଏକ ବିଶେଷ ମହତ୍ୱ ରହିଛି । ତାହେଲେ ନ୍ଲନ୍ତୁ ଜାଣିବା ଖ୍ରୀଷ୍ଟମାସ ବିଷୟରେ କିଛି ରୋଚକ କଥା ଏବଂ ଏ ସଂପର୍କିତ କାହାଣୀ ବିଷୟରେ । ବିଶ୍ୱରେ ଥିବା ସମସ୍ତ ଧର୍ମ ମଧ୍ୟରୁ ଖ୍ରୀଷ୍ଟୀୟାନ ଧର୍ମ ଅନ୍ୟତମ । ଯାହାକୁ ତାବୋଇନ ଇସାଇ ବୋଲି କୁହାଯାଏ । ଖ୍ରୀଷ୍ଟଧର୍ମରେ ଅନେକ ସଂପ୍ରଦାୟ ରହିଛି । ଖ୍ରୀଷ୍ଟଧର୍ମର ପ୍ରବର୍ତକ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ରୋମାନ ସାମ୍ରାଜ୍ୟରେ ଗ୍ୟାଲେଲି ଅଂଚଳର ନଜରତ୍ ରେ ହୋଇଥିଲା । ତେବେ ଏହାକୁ ବାଦ୍ ଦେଲେ ଅନ୍ୟ ଏକ ମାନ୍ୟତା ମଧ୍ୟ ରହିଛି । ମାର୍ଚ୍ଚ ୨୫ ତାରିଖରେ ଯୀଶୁଙ୍କ ମା ମେରୀ ଗର୍ଭଧାରଣ ବିଷୟରେ କହିଥିଲେ । ସେ ଏକ ବିଶେଷ ଶିଶୁକୁ ଜନ୍ମ ଦେବେ, ଯାହାର ନାଁ ଯୀଶୁ ରହିବ । ୨୫ ମାର୍ଚ୍ଚରୁ ୯ ମାସ ପରେ ଅର୍ଥାତ ଡିସେମ୍ବର ୨୫ ତାରିଖରେ ଯୀଶୁଙ୍କ ଜନ୍ମ ହୋଇଥିଲା । ଏଥିପାଇଁ ପ୍ରତିବର୍ଷ ଡିସେମ୍ବର ୨୫ ତାରିଖରେ ଖ୍ରୀଷ୍ଟମାସ ଡେ ଅତି ଆନନ୍ଦ ସହକାରେ ପାଳନ କରାଯାଏ । ଖ୍ରୀଷ୍ଟମାସ ଉତ୍ସବ କେବଳ ଯେ ବିଦେଶରେ ଧୁମଧାମରେ ପାଳନ ହୁଏ ତାହା ନୁହେଁ, ଭାରତରେ ମଧ୍ୟ ଅନେକ ଏଭଳି ସହର ରିହିଛି ଯେଉଁଠାରେ ଖ୍ରୀଷ୍ଟମାସ ବହୁ ଆଡମ୍ବର ସହ ପାଳନ କରାଯାଏ । ଯଦି ଆପଣ ଖ୍ରୀଷ୍ଟମାସ ଛୁଟି କାଟିବାକୁ କିଛି ସହର ଖୋଜୁଛନ୍ତି ତେବେ ଭାରତର କିଛି ସହରକୁ ଆପଣ ବାଛିପାରିବେ ।

୧୯୧୧ ପର୍ଯ୍ୟନ୍ତ ବ୍ରିଟିଶ ସରକାରଙ୍କ ରାଜଧାନୀ ଥିବା(କଲିକତା) କୋଲକତା । ଏହି କାରଣରୁ ସେଠାରେ  ଖ୍ରୀଷ୍ଟମାସକୁ ଧୁମଧାମରେ ପାଳନ କରାଯାଉଥିଲା । ଏବେ ମଧ୍ୟ ଖ୍ରୀଷ୍ଟମାସକୁ ନେଇ ସହରବାସୀ ବହୁତ ଉତ୍ସାହିତ ରହିଥାଆନ୍ତି । ଏଠାରେ ବସବାସ କରୁଥିବା ଶ୍ୱେତାଙ୍ଗ ଖ୍ରୀଷ୍ଟିୟାନ ଖ୍ରୀଷ୍ଟମାସକୁ ବଡ ଆଡମ୍ବର ସହ ପାଳନ କରିଥାଆନ୍ତି ।

କୋଚ୍ଚିରେ ଖ୍ରୀଷ୍ଟିୟାନଙ୍କ ସଂଖ୍ୟା ଅଧିକ । ଏହି କାରଣରୁ ସେଠାରେ କେତେକ ପୁରାତନ ଚର୍ଚ୍ଚ ଦେଖିବାକୁ ମିଳେ । ଖ୍ରୀଷ୍ଟମାସ ଅବସରରେ ସେଠାକାର ଗଳିକନ୍ଦିରେ ଖ୍ରୀଷ୍ଟମାସ ଟ୍ରି ଏବଂ ବଡ ବଡ ଷ୍ଟାର ବା ତାରକାରେ ସଜାଯାଇଥିବା ଦେଖିବାକୁ ମିଳେ ।

ଗୋଆ ପାର୍ଟି ହବ୍ ନାମରେ ବିଶ୍ବରେ ପରିଚିତ । ଖ୍ରୀଷ୍ଟମାସ ଅବସରରେ ଏହାର ଦୃଶ୍ୟ ଅତୀବ ମନୋରମ । ସମୁଦ୍ର ତଟ ବା ସି ବିଚ୍ ରୁ ଆରମ୍ଭ କରି ନାଇଟ୍ କ୍ଳବ୍ ପର୍ଯ୍ୟନ୍ତ ସବୁଠାରେ ଲୋକଙ୍କ ଭିଡ ଜମିଥାଏ । ଘରଠୁଁ ଆରମ୍ଭ କରି ବେକରୀ ଓ ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ସବୁଠାରେ ପାମ୍ପରିକ ଖାଦ୍ୟର ଆସର ଜମିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking