27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗକଣ ପାଇଁ ସଜ୍ଜା ଯାଏ ଖ୍ରୀଷ୍ଟମାସ ଟ୍ରି

କଣ ପାଇଁ ସଜ୍ଜା ଯାଏ ଖ୍ରୀଷ୍ଟମାସ ଟ୍ରି

ଭୁବନେଶ୍ୱର: ଡିସେମ୍ବର ୨୫ ତାରିଖ ବାସ୍ତବରେ ଖ୍ରୀଷ୍ଟିୟାନ ସଂପ୍ରଦାୟର ଭାଇଭଉଣୀଙ୍କ ପାଇଁ ଅତି ଖାସ୍ ହୋଇଥାଏ । ବିଶେଷ କରି ସାନ୍ତାକ୍ଲଜ ଏହି ପର୍ବରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ଛୋଟପିଲାମାନେ ସାନ୍ତାକ୍ଲଜଠାରୁ ବିଭିନ୍ନ ପ୍ରକାର ଉପହାର ନେବା ପାଇଁ ଚାହିଁ ରହିଥାନ୍ତି । ଆଉ ସାନ୍ତାକ୍ଲଜ ବି ସେମାନଙ୍କୁ ଏକ ଭିନ୍ନ ଧରଣର ସରପ୍ରାଇଜ ଦେଇଥାନ୍ତି । ପ୍ରତି ଘରେ ଖ୍ରୀଷ୍ଟମାସ ସେଲିବ୍ରେସନ କରାଯାଏ । ଏହିଦିନ କେକର ଚାହିଦା ଟିକିଏ ଅଧିକ ରହିଥାଏ । ସମସ୍ତେ ପରସ୍ପରକୁ କେକ ଖୁଆଇ ଖ୍ରୀଷ୍ଟମାସ ସେଲିବ୍ରେଟ କରନ୍ତି । କିଛି କିଛି ବିଭିନ୍ନ ପ୍ରକାର ଚକଲେଟସ ଗିଫ୍ଟ ବି କରିଥାନ୍ତି । ଯାହାଫଳରେ ସେହି ଦିନଟି ଅଧିକ ଖାସ ହୋଇଥାଏ । ଖ୍ରୀଷ୍ଟମାସ ଡେ ରେ ଗଛକୁ ସଜାଇବା ହେଉଛି ଅତି ପୁରୁଣା ପରମ୍ପରା । ଏହି ପର୍ବରେ ଖ୍ରୀଷ୍ଟମାସ ଟ୍ରି ର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଏହା ପ୍ରଭୁଙ୍କ ଆଶୀର୍ବାଦ ବୋଲି ଧରାଯାଏ । ପ୍ରାଚୀନ କାଳରେ ଖ୍ରୀଷ୍ଟମାସ ଟ୍ରି କୁ ଜୀବନର ପ୍ରତୀକ ବୋଲି ଧରାଯାଉଥିଲା । ବିଶ୍ୱାସ ରହିଛି, ଏହାକୁ ଘରେ ସଜାଇଲେ ପିଲାଙ୍କର ଆୟୁଷ ବଢିଥାଏ । ଏହି କାରଣରୁ ଖ୍ରୀଷ୍ଟମାସ ଡେ ଦିନ ଖ୍ରୀଷ୍ଟମାସ ଟ୍ରି ସଜାଯାଏ । ମାନ୍ୟତା ଅଛି ଯେ, ଖ୍ରୀଷ୍ଟମାସ ଟ୍ରି ର ସଂପର୍କ ପ୍ରଭୁ ଯୀଶୁଙ୍କ ଜନ୍ମମାସ ଠାରୁ ହିଁ ଅଛି । ଯୀଶୁଙ୍କ ଜନ୍ମ ବେଳେ ତାଙ୍କ ବାପା ଯୋଶେଫ ଏବଂ ମା ମେରୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଦେବଦୂତମାନେ ମଧ୍ୟ ଆସିଥିଲେ । ଯେଉଁମାନେ ଆକାଶରୁ ତାରା ଆଣି ଯୀଶୁଙ୍କ ମାତାପିତାଙ୍କୁ ଦେଇଥିଲେ । ସେଥିପାଇଁ ଖ୍ରୀଷ୍ଟମାସ ଟ୍ରି କୁ ଷ୍ଟାରରେ ସଜା ଯାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking