41.1 C
Bhubaneswar
Sunday, April 28, 2024
Homeଜୀବନଶୈଳୀକାହିଁକି ଆଣ୍ଠୁଗଣ୍ଠି ରୋଗରେ ପୀଡିତ ହୁଅନ୍ତି ମହିଳା ?

କାହିଁକି ଆଣ୍ଠୁଗଣ୍ଠି ରୋଗରେ ପୀଡିତ ହୁଅନ୍ତି ମହିଳା ?

ଭୁବନେଶ୍ୱର : ଆର୍ଥ୍ରାଇଟିସ୍ କରଣରୁ ଗଣ୍ଠିର ଯନ୍ତ୍ରଣା ହୁଏ । ଉଭୟ ପୁରୁଷ ଓ ମହିଳାହ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖାଯାଏ । କିନ୍ତୁ ମହିଳାମାନ ପୁରୁଷଙ୍କ ତୁଳନାରେ ଏହି ରୋଗରେ ଅଧିକ ଆକ୍ରାନ୍ତ ହୋଇଥାନ୍ତି । ତେବେ ଏହାର କାରଣ କଣ ? କାହିଁକି ମହିଳା ମାନେ ଅଧିକ ଆଣ୍ଠୁଗଣ୍ଠି ସମସ୍ୟାର ସମ୍ମୁଖୀନ ହୁଅନ୍ତି ଜାଣନ୍ତୁ …
ମହିଳା ମାନଙ୍କ ଠାରେ ଆର୍ଥ୍ରାଇଟିସ୍ ଗଣ୍ଠିରେ ଫୁଲା ଏବଂ ଯନ୍ତ୍ରଣା ସୃଷ୍ଟି କରେ । ଏହାର ସବୁଠାରୁ ବଡ କାରଣ ହେଉଛି ବୟସ ବୃଦ୍ଧି । ୧୦୦ ରୁ ଅଧିକ ବିଭିନ୍ନ ପ୍ରକାରର ଆର୍ଥ୍ରାଇଟିସ୍ ରୋଗ ରହିଛି । ଏହି ପ୍ରକାରର ନିଜସ୍ୱ ବିପଦ କାରଣ ଏବଂ ଲକ୍ଷଣ ଥଇପାରେ । ମହିଳାମାନେ ଆଷ୍ଟିଓଆର୍ଥ୍ରାଇଟଟିସ୍ ଏବଂ ରିମାଟଡ୍ ଆର୍ଥ୍ରାଇଟିସ୍ ଦ୍ୱାରା ଅଧିକ ପ୍ରଭାବିତ ହୁଅନ୍ତି ।
ମହିଳାମାନଙ୍କ ଠାର ଆର୍ଥ୍ରାଇଟିସ୍ ବୃଦ୍ଧି ହେବାର କିଛି କାରଣ
ହରମନରେ ପରିବର୍ତ୍ତନ :
ଆର୍ଥ୍ରାଟାଇସ୍ ରୋଗରେ ହରମନ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଷ୍ଟ୍ରୋଜନ୍ ହରମନ୍ ସ୍ତର ହ୍ରାସପାଏ । ଫଳରେ ଆର୍ଥ୍ରାଇଟସ୍ ଆଣ୍ଠୁଗଣ୍ଠି ସମସ୍ୟ ଦେଖାଦିଏ ।
ମେଦବହୁଳତା :
ଡାକ୍ତରଙ୍କ କହିବାନନୁସାାରେ,ମେଦବହୁଳତା ଆର୍ଥ୍ରାଇଟସ୍ର ଆଉ ଏକ ମୁଖ୍ୟ କାରଣ । ଏହି କାରଣରୁ ଉଭୟ ପୁରୁଷ ଏବଂ ମହିଳା ଆଣ୍ଠୁଗଣ୍ଠି ସମସ୍ୟାର ସମ୍ମୁଖୀନ ହୁଅନ୍ତି । କିନ୍ତୁ ପ୍ରାପ୍ତ ବୟସରେ ପୁରୁଷଙ୍କ ଅପେକ୍ଷା ଅଧିକାଂଶ ମହିଳାମନଙ୍କ ଠାରେ ମୋଟାପଣ ଅଧିକ ଦେଖାଯାଏ । ଫଳରେ ମହିଳାମାନଙ୍କର ଆର୍ଥ୍ରାଇଟିସୁ ହେବାର ଆଶଙ୍କା ବଢିଯାଏ ।
ଆକ୍ରମଣାତ୍ମକ ପ୍ରତିରକ୍ଷା ପ୍ରଣାଳୀ :
ଇିଶେଷଜ୍ଞ କହିବ ଅନୁଯାୟୀ, ଅଧିକ ଆକ୍ରମଣାତ୍ମକ ପ୍ରତିରକ୍ଷା ପ୍ରଣାଳୀ କାରଣରୁ ମହିଳାମାନଙ୍କଠାରେ ରିମାଟଏଡ୍ ଆର୍ଥ୍ରାଇଟିସ୍ ହେବାର ଆଶଙ୍କା ଥାଏ । ମହିଳାମାନେ ପୁରୁଷମାନଙ୍କ ଅପେକ୍ଷା ରିମାଟଏଡ୍ ଆର୍ଥ୍ରାଇଟିସ୍ରେ ପୀଡିତ ହେବାରେ ସମ୍ଭାବନା ଅଧିକ ଥାଏ । ଏହା ଅଷ୍ଟିଓଆର୍ଥ୍ରାଇଟିସ୍ ପରି ଅନେକ ଯନ୍ତ୍ରଣା ଦେଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking