32.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶଫୋନ ହଜିଗଲେ କିମ୍ବା ଚୋରି ହୋଇଗଲେ କଣ କରିବେ

ଫୋନ ହଜିଗଲେ କିମ୍ବା ଚୋରି ହୋଇଗଲେ କଣ କରିବେ

ଭୁବନଶ୍ୱେର: ସ୍ମାର୍ଟ ଫୋନ ଚୋରି ହେବା ମାତ୍ରେ ଏହି ଜିନିଷ ତୁରନ୍ତ କରନ୍ତୁ । ଯେତେବେଳେ ଆପଣଙ୍କ ଫୋନ ହଜିଯାଏ କିମ୍ବା ଚୋରି ହୋଇଯାଏ, ଆପଣ ବହୁଡ ଟେନସନ ହୋଇଯାଆନ୍ତି । ଭାବିବାକୁ ଲାଗନ୍ତି ମୋ ଫୋନ କୁଆଡେ ଗଲା । ସେହି ସମୟରେ ଆପଣ ଏମିତି ବ୍ୟବହାର କରନ୍ତି, ଯେମିତି ଏକ ଭୂକମ୍ପ ଆସିଯାଇଛି । ହେଲେ ଜଣେ ମଣିଷ ଏମିତି କରିବା ସ୍ୱାଭାବିକ । କାରଣ ଏବେ ମଣିଷର ଦୁନିଆ ହେଉଛି ଫୋନ । ଏମିତିରେ ଯଦି ଆମ ଫୋନ କିଏ ନେଇଯାଏ , ଏମିତି ଲାଗେ ସତେ ଯେମିତି ଆମ ପ୍ରାଣ କିଏ ଆମଠୁ ଛଡେଇ ନେଇଛି । ହେଲେ ଆଜି ଆମେ ଆପଣଙ୍କୁ କିଛି ଏମିଟି ଟ୍ରିକ ଦେବୁ ଯାହା ଦ୍ୱାରା ଆପଣ ଏତେ ମାତ୍ରାରେ ଆଉ ପ୍ୟାନିକ ହେବାର ଆବଶ୍ୟକତା ପଡିବନି ।
ଦୁନିଆ ଏବେ ଅଧିକ ଆଡଭାନ୍ସ ହୋଇସାରିଛି । ଚାରିଆଡେ ଆର୍ଟିଫିସିଆଲ ଇଟେଲିଜେନସ ରହିଛି । ହେଲେ ଏବେ ବି ଏମିତି କିଛି ଲୋକ ଅଛନ୍ତି, ଯିଏ ନିଜ ସ୍ମାର୍ଟ ଫୋନ ଚୋରି ହୋଇଗଲେ କଣ କରିବେ ଜାଣନ୍ତି ନାହିଁ । ଯଦି ପଇସା ଥିବ ସାଙ୍ଗେ ସାଙ୍ଗ ନୂଆ ଫୋନ କିଣି ଆଣନ୍ତି, ନୂଆ ସିମ କାର୍ଡ ନେଇ ଆସନ୍ତି । ଆଉ ଯଦି ପଇସା ନାହିଁ ,ତେବେ ଭାବନ୍ତି କେତେ କଷ୍ଟରେ ଆଣିଥିଲି, ଚୋରି ହୋଇଗଲା । ଏହାଛଡା ଆଉ କିଛି କରନ୍ତିନି । ହେଲେ ଏମିତି ନକରି କିଛି ଷ୍ଟେପସ ଫଲୋ କଲେ ଆପଣଙ୍କ ସହ ଏମିତି ହେବନି ।
ଫୋନ ଚୋରି ହେବା ମାତ୍ରେ ଆଦୌ ପ୍ୟାନିକ ହୁଅନ୍ତୁ ନାହିଁ । କାରଣ ଆପଣ ପ୍ୟାନିକ ହେଲେ ଯାହା ବି ମନେ ଥିବ ଫୋନ ବିଷୟରେ ତାକୁ ବି ଭୁଲି ଯାଇପାରନ୍ତି । ସେଥିପାଇଁ ପ୍ରଥମେ ଶାନ୍ତ ମୁଣ୍ଡରେ ଭାବନ୍ତୁ ଲାଷ୍ଟ ଟାଇମ ଆପଣ କୁଆଡେ ଯାଇଥିଲେ । କୋଉଠାର ଫୋନ ଆପଣ ବ୍ୟବହାର କରିଥିଲେ ଏବଂ ତା ପରେ ଆପଣଙ୍କୁ ନିଜ ନମ୍ବରକୁ କଲ କରିବା ଦରକାର । ଯଦି ରିଙ୍ଗ ହେଉଛି, ତେବେ ଭାବିବେ ଯେ କୋଉଠି ଫୋନ ପଡି ଯାଇଛି । ଲାଷ୍ଟ ଟାଇମ ଯେଉଁଆଡେ ଯାଇଛନ୍ତି, ସେପଟେ ଯାଇ ଆପଣ ଚେକ୍ ମଧ୍ୟ କରିପାରିବେ । ମାତ୍ର ଫୋନ କରିବା ପରେ ଯଦି ଆପଣଙ୍କ ଫୋନ ଲାଗୁନାହିଁ, କିମ୍ବା ସ୍ୱିଚ ଅଫ ଆସୁଛି, ଏହାର ଅର୍ଥ ଆପଣଙ୍କ ଫୋନ ଚୋରି ହୋଇସାରିଛି ।
ଏହା ଜାଣିବା ପରେ ଆପଣ ନିଜ ସିମକୁ ପ୍ରଥମେ ବ୍ଲକ କରନ୍ତୁ । ଅନେକ ଲୋକ ଏହି ଭୁଲ କରନ୍ତି, ସେମାନେ ସିମ ବ୍ଲକ କରନ୍ତି ନାହିଁ । ଆମେ ଏଥିପାଇଁ ସିମ ବ୍ଲକ କଥା କହୁଛୁ, କାରଣ ଆପଣଙ୍କ ସିମ ସହିତ ଅନେକ ଆକାଉଣ୍ଟ ଜଡିତ ରହିଥାଏ । ଯେମିତିକି ଫେସବୁକ, ଜିମେଲ କିମ୍ବା ଅନଲାଇନ ବ୍ୟାଙ୍କିଂ । ଏସବୁ ଆପଣଙ୍କ ସିମ ସହ ଜଡିତ ଥାଏ ।

ଯଦି ଆପଣ ଆଣ୍ଡ୍ରଏଡ ଫୋନ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ଫାଇଣ୍ଡ ମାଇ ଡିଭାଇସ କିମ୍ବା ଆଣ୍ଡ୍ରଏଡ ମ୍ୟାନେଜର ବ୍ୟବହାର କରିବାର ଅଛି । ଯଦି ଆପଣ ଆଇ ଫୋନ କିମ୍ବା ଆଇଓଏସ ବ୍ୟବହାର କରୁଛନ୍ତି, ତେବେ ସେଠାରେ ଆପଣଙ୍କୁ ଫାଇଣ୍ଡ ମାଇ ବ୍ୟବହାର କରିବା ଦରକାର । ଏହା ସାହାଯ୍ୟରେ ଆପଣ ନିଜ ଫୋନକୁ ଲକ କରିପାରିବେ । ପିନ ଚେଂଜ୍ କରିପାରିବେ କିମ୍ବା ଫୋନର ଲାଷ୍ଟ ଲୋକେସନ ଦ୍ୱାରା ଫୋନ ଖୋଜିପାରିବେ ।
ଏଥିପାଇଁ କିଛି କରିବାକୁ ପଡିବନି । ବାସ ଗୁଗୁଲକୁ ଯାଇ ଫାଇଣ୍ଡ ମାଇ ଡିଭାଇସ ସର୍ଚ୍ଚ କରିବାର ଅଛି । ଆଉ ଆଇଫୋନ କେସରେ ଆଇ କ୍ଲାଉଡ ସର୍ଚ କରିବାର ଅଛି । ପ୍ରଥମ ରେଜଲ୍ଟ ଆସିବା ପରେ ଫୋନରେ ଦେଇଥିବା ଆଇଡିକୁ ଏଠାରେ ଦେବେ । ଲଗଇନ କରିବା ପରେ ଆପଣଙ୍କ ଫୋନର ଲାଷ୍ଟ ଲୋକେସନ ଆପଣ ପାଇପାରିବେ ।
ଯଦି ଏଥିରେ ଆପଣ ସଫଳ ନହୁଅନ୍ତି, ତେବେ ଫୋନର ଆଇଏମଇଆଇ ନମ୍ବର ବ୍ଲକ କରନ୍ତୁ । ନହେଲେ ଆପଣଙ୍କ ଫୋନର ଦୁରୁପଯୋଗ ହୋଇପାରେ । ଏମିତି କରିବା ଦ୍ୱାରା ଯିଏ ବି ଫୋନ ନେଇଥିବ ସେ କୌଣସି ସିମ କାର୍ଡରେ ଫୋନ ଚଲେଇପାରିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking